Masthead

୧୦ ଦିନ ହେଲା ସ୍କୁଲରେ ଝୁଲୁଛି ତାଲା, ଠପ୍ ହୋଇଗଲାଣି ପାଠପଢ଼ା

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):୧୦ ଦିନରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ , ସ୍କୁଲ୍ରେ ଝୁଲୁଛି ତାଲା, ଠପ୍ ହୋଇଗଲାଣି ପାଠପଢ଼ା, ଆଗକୁ ପରୀକ୍ଷା ଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ । ନିଜର ଅଧିକାରକୁ ଦାବି କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷତ୍ରୀ ମାନେ ଖରା ବର୍ଷାରେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରି ବସିଥିବା ବେଳେ ସରକାର ସେମାନଙ୍କ ଦାବିକୁ ପୂରଣ ନକରିବା ଜିଦରେ ଅଟଳ । ଯାହାକୁ ନେଇ ବାଲେଶ୍ବରରେ ବି ସାଙ୍ଘାତିକ ହେଲାଣି ଆନ୍ଦୋଳନ । ତମାମ ଜିଲ୍ଲାରେ ୨୩୧୫ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଝୁଲୁଛି ତାଲା । ୮ ହଜାର ୯୯୪ ଶିକ୍ଷକ ଶିକ୍ଷତ୍ରୀ ନିଜର ଅଧିକାର ପାଇଁ ରାସ୍ତାରେ । ସେପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକ । ଆଗକୁ ପିଲାଙ୍କ ପରୀକ୍ଷା ଥିବା ବେଳେ ଏପଟେ ସ୍କୁଲ୍ରେ ଝୁଲୁଛି ତାଲା ଯାହାକୁ ନେଇ ଚିନ୍ତାରେ ଅଭିଭାବକ । ସେପଟେ ଆସନ୍ତା ୨୨ ତାରିଖରୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନିଜର ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବା ପାଇଁ ପ୍ରତି ବ୍ଲକ ସ୍ତରରେ ଚଳିଛି ପ୍ରସ୍ତୁତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ