Masthead

୧୦ ଦିନ ହେଲା ସ୍କୁଲରେ ଝୁଲୁଛି ତାଲା, ଠପ୍ ହୋଇଗଲାଣି ପାଠପଢ଼ା

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):୧୦ ଦିନରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ , ସ୍କୁଲ୍ରେ ଝୁଲୁଛି ତାଲା, ଠପ୍ ହୋଇଗଲାଣି ପାଠପଢ଼ା, ଆଗକୁ ପରୀକ୍ଷା ଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ । ନିଜର ଅଧିକାରକୁ ଦାବି କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷତ୍ରୀ ମାନେ ଖରା ବର୍ଷାରେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରି ବସିଥିବା ବେଳେ ସରକାର ସେମାନଙ୍କ ଦାବିକୁ ପୂରଣ ନକରିବା ଜିଦରେ ଅଟଳ । ଯାହାକୁ ନେଇ ବାଲେଶ୍ବରରେ ବି ସାଙ୍ଘାତିକ ହେଲାଣି ଆନ୍ଦୋଳନ । ତମାମ ଜିଲ୍ଲାରେ ୨୩୧୫ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଝୁଲୁଛି ତାଲା । ୮ ହଜାର ୯୯୪ ଶିକ୍ଷକ ଶିକ୍ଷତ୍ରୀ ନିଜର ଅଧିକାର ପାଇଁ ରାସ୍ତାରେ । ସେପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକ । ଆଗକୁ ପିଲାଙ୍କ ପରୀକ୍ଷା ଥିବା ବେଳେ ଏପଟେ ସ୍କୁଲ୍ରେ ଝୁଲୁଛି ତାଲା ଯାହାକୁ ନେଇ ଚିନ୍ତାରେ ଅଭିଭାବକ । ସେପଟେ ଆସନ୍ତା ୨୨ ତାରିଖରୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନିଜର ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବା ପାଇଁ ପ୍ରତି ବ୍ଲକ ସ୍ତରରେ ଚଳିଛି ପ୍ରସ୍ତୁତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା