Masthead

‘ଜି ୨୦ ସଫଳତା ଦେଶର ସଫଳତା’,ଏବେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଜିଠୁ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ଲୋକସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଏକ ଐତିହାସିକ ଅବସର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିବେଶନ ଆରମ୍ଭରେ ଲୋକସଭା ଅଧକ୍ଷ ଓମ୍ ବିର୍ଲା ଜି୨୦ ସମ୍ମିଳନୀର ସଫଳ ଆୟୋଯନ ଲାଗି ଶୁଭେଚ୍ଛା ଜଣାଇଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଅଭିଭାଷଣ ରଖି ମୋଦି କହିଛନ୍ତି, ନୂଆ ସଂସଦ ଭବନ ଯିବା ପୁର୍ବରୁ ଆମେ ଦେଶର ସଂସଦ ୭୫ ବର୍ଷ ଯାତ୍ରାକୁ ସ୍ମରଣ କରିନେବା ଉଚିତ ।

୭୫ ବର୍ଷରେ ସଂସଦର ବହୁ ସ୍ୱପ୍ନ ପୁରଣ ହୋଇଛି । ପୁରୁଣା ସଂସଦ ଭବନରୁ ବିଦାୟ ନେବା ଏକ ଭାବବିହ୍ୱଳ ମୂହୁର୍ତ୍ତ ‘ଜି ୨୦ ସଫଳତା ଦେଶର ସଫଳତା’ ଏବେ ସାରା ଦେଶରେ ଭାରତର ଚର୍ଚ୍ଚା ଚାଲିଛି । ଏବେ ନୂଆ ସ୍ଥାନରୁ ନୂଆ ସଂକଳ୍ପ, ନୂଆ ବିଶ୍ୱାସକୁ ନେଇ ଯାତ୍ରା ଆରମ୍ଭ ହେବ । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଦେଶ କରିବାକୁ ହେବ । ଆଗାମି ଯେତେ ବି ନିର୍ଣ୍ଣୟ ହେବାକୁ ଯାଉଛି ତାହା ନୂଆ ସଂସଦ ଭବନରୁ ହେବ । ଚନ୍ଦଯାନ-୩ ମୁନ ମିଶନର ସଫଳ ହୋଇଛି । ଚନ୍ଦ୍ରରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉପରେ ଉଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ