Masthead

୧୨ ଲକ୍ଷର ବାଣ ଜବତ, ୨ ଗିରଫ

ବାଣପୁର (ବଡ଼ ଖବର ବ୍ୟୁରୋ): ବାଣପୁର ଥାନା ପଦ୍ମପୁର ଗାଁରେ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରା ବାଣବିକ୍ରି କାରବାରରେ ୨ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଉକ୍ତ ଗାଁର ବ୍ୟବସାୟୀ ଅଶୋକ କୁମାର ପାତ୍ର ଓ ସହଯୋଗୀକୁ ଗିରଫ କରିବା ସହ ଦୋକାନ, ସମ୍ପର୍କିୟଙ୍କ ଘର ଓ ନିଜ ବାସଭବନରୁ ବିପୁଳ ପରିମାଣର ବାଣ ଜବତ ହୋଇଛି । ଆନୁମାନିକ ୧୨ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କରୋନା ପରିସ୍ଥିତିକୁ ନଜରରେ ରଖି ସରକାରଙ୍କ ଦ୍ୱାରା ବାଣ ବିକ୍ରିକୁ ବାରଣ କରାଯାଇଥିବା ବେଳେ ତହସିଲଦାର ଓ ପୋଲିସ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରଦ୍ୱାରା ବାରମ୍ବାର ଅବଗତ କରାଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ତିକ୍ଷଣ ଦୃଷ୍ଟିରଖିବା ସହ ପେଟ୍ରୋଲିଂ ଜାରିରଖିଛି । ବିପୁଳ ପରିମାଣର ବାଣ ରଖିଥିବାର ଖବର ପାଇବା ପରେ ଶନିବାର ବାଲୁଗାଁ ଏସଡିପିଓ ସନ୍ତୋଷ କୁମାର ଦାସଙ୍କ ତତ୍ୱାବଧାନରେ ବାଣପୁର ଥାନା ଏସଆଇ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ମିଳିତ ଭାବେ ଏକ ଟିମ୍ ୩ଟି ସ୍ଥାନରେ ଚଢାଉକରି ବାଣ ଜବତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା