Before Header

ମୋଦିଙ୍କ ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରାୟନ-୩ରେ ନାରୀଶକ୍ତିକୁ ପ୍ରଶଂସା

0 15

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନ୍ କି ବାତର ୧୦୪ ତମ ଏପିସୋଡରେ ବୈଜ୍ଞାନିକଙ୍କ ସଫଳତାକୁ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଭାରତକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇପାରିଥିବା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ସଲାମ କରିବା ସହ ଏଥିରେ ଯୋଗଦାନ କରିଥିବା ମହିଳା ଶକ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସ୍ୱପ୍ନ ଓ ପ୍ରୟାସ ବଡ଼ । ଚନ୍ଦ୍ରାୟନ-୩ର ସଫଳତା ମିଳିଛି । ସମସ୍ତଙ୍କ ପ୍ରୟାସରେ ଏହି ସଫଳତା ମିଳିଛି । ଆଜିଯାଏଁ ଚନ୍ଦପୃ୍ଷ୍ଠର ଦକ୍ଷିଣରେ ବିଶ୍ୱର କେଉଁ ଦେଶ ପହଞ୍ଚିପାରିନଥିବାବେଳେ ଭାରତ ଏହାକୁ ସମ୍ଭବ କରିପାରିଛି । ଏହା ବାସ୍ତବରେ ରକେଟ ସାଇନ୍ସର ପ୍ରକୃଷ୍ଟ ଉଦାହରଣ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.