Masthead

ସହାୟତା ଆଶାରେ ଗୋଲାପ

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ। ଦିଓଳି ଦି ମୁଠା ଖାଇବାକୁ ବି ମିଳୁନି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ଗାଁରେ । ସ୍ୱାମୀ, ଶଶୁର ଓ ଶାଶୁ ଅଜଣା ରୋଗରେ ଆଗପଛ ହେଇ ୩ବର୍ଷ ମଧ୍ୟରେ ଅରପାରିକୁ ଚାଲିଗଲେ। ଘରେ ୩ ଛୋଟ ଛୁଆଙ୍କୁ ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ଗୋଲାପ। ୪ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଇବା ଗୋଲାପଙ୍କ ପାଇଁ କଷ୍ଟ ହୋଇପଡ଼ୁଛି। ଅସୁବିଧାରେ ଚଳୁଥିଲେ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ଗୋଲାପ। । ଭଙ୍ଗା ଦଦରା ଘରେ ୪ ଜଣ ଚଳିବା କଷ୍ଟକର ହୋଇପଡ଼ୁଛି। ସ୍ୱାମୀଙ୍କ ମୃତ୍ୟୁପରେ ପିଲାଙ୍କୁ ମଣିଷ କରିବା ଲାଗି ଅସୁମାରୀ ସ୍ୱପ୍ନ ଦେଖିଛନ୍ତି ଗୋଲାପ। ପରଘରେ ବାସନ ମାଜି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳିବା କଷ୍ଟକର । ୪ଜଣଙ୍କ ଲାଗି ଦାନା ଯୋଗାଡ଼ କରିବା କେତେ ଯେ କଷ୍ଟ ତାହା ସେ ହିଁ ଜାଣନ୍ତି। ଖୁବଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସୁକିନ୍ଦା ବିଡିଓ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅସହାୟ ପରିବାରକୁ କେବେ ସରକାରୀ ସହାୟତା ମିଳୁଛି ତାହା ଉପରେ ‘ବଡ଼ ଖବର ନଜର’ ରଖିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା