Masthead

ଆସୁଛି ଏକ୍ସ ମହାମାରୀ; କୋଭିଡ ତୁଳନାରେ ୭ ଗୁଣା ଅଧିକ ମାରାତ୍ମକ ହୋଇପାରେ ‘ଡିଜିଜ୍ ଏକ୍ସ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଭିଡ-୧୯ ପରେ ଭବିଷ୍ୟତରେ ଆଉ ଏକ ଭୟଙ୍କର ମହାମାରୀ ଆସିପାରେ । କରୋନା ମହାମାରୀରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ ‘ଡିଜିଜ୍ ଏକ୍ସ’ ମହାମାରୀ ଅତିକମରେ ୫ କୋଟିରୁ ଅଧିକ ଜୀବନ ନେଇପାରେ ବୋଲି ବ୍ରିଟେନ୍ର ଭାକ୍ସିନ୍ ଟାକ୍ସଫୋର୍ସ ମୁଖ୍ୟ କେଟ୍ ବିଂଘମ୍ ଏପରି ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି ମହାମାରୀର ଆଗୁଆ ନାଁ ଦେଇ ସାରିଲାଣି । ଏବେ ଥିବା ଭୂତାଣୁର ମ୍ୟୁଟେସନ୍ ଯୋଗୁ ନୂଆ ମହାମାରୀ ବ୍ୟାପିବା ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ରୋଗକୁ ନେଇ ସତର୍କ କରିଛି ।

କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିବା ମଧ୍ୟ ଆଗାମୀ ଦିନ ପାଇଁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ଏକ୍ସ ମହାମାରୀ ବିଶ୍ୱକୁ କବଳିତ କରିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଡିଜିଜ୍ ଏକ୍ସ ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ରିଟେନ୍ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ୨୫ ପ୍ରକାର ଭୂତାଣୁ ଉପରେ ଅଧ୍ୟୟନ କରାଯାଉଛି । ବିଶେଷ କରି ପଶୁଙ୍କଠାରେ ଥିବା ଭୂତାଣୁ ଉପରେ ଅଧିକ ଫୋକସ୍ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା