Masthead

ମାହାଙ୍ଗା ଡବଲ ମର୍ଡରକୁ ନେଇ ଥମୁନି ବିବାଦ, ବ୍ଲକ ସାମ୍ନାରେ ୨ ଗୋଷ୍ଠୀ ମୁହାଁମୁହିଁ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ଡବଲ ମର୍ଡରକୁ ନେଇ ଥମୁନି ବିବାଦ । ମାହାଙ୍ଗା ବିଧ୍ୟାୟକ ପ୍ରତାପ ଜେନାଙ୍କ ନାମରେ ୩୦୨ ଦଫା କୁ ନେଇ ବ୍ଲକ ସାମ୍ନାରେ ନ୍ୟାୟ ପାଇଁ ଲଢେଇ। ମାହାଙ୍ଗା ବ୍ଲକ ସାମ୍ନାରେ ୨ ଗୋଷ୍ଠୀ ମୁହାଁମୁହିଁ ।୨ଜଣ ଆହତ, ଥାନାରେ ଏତଲା । ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ।  କୁଆଁପାଳ ବଜାରରେ ଲୁଗା ଦୋକାନରେ ବସିଥିବା ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ପୋଲିସ ଉପସ୍ଥିତିରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ବ୍ଲକ ସାମ୍ନାରେ କୁଶ ପୁତୁଳିକା ଦାହ କରିବାକୁ ଆସି ବସଷ୍ଟାଣ୍ଡରେ ପହଁଞ୍ଚିବା ସମୟରେ ବ୍ଲକ ଭିତରୁ କିଛି ମହିଳା ଏବଂ ବିଜେଡ଼ି କର୍ମୀ ଶ୍ରୀ ସାହୁଙ୍କ ଉପରେ ଗୋଡ଼ାଇ ଗୋଡ଼ାଇ ମରଣାତ୍ମକ ଆକ୍ରମଣ କରିଥିଲେ ।

ପାଖରେ ଉପସ୍ଥିତ ଥିବା ମାହାଙ୍ଗା ଥାନା ଅଧିକାରୀ ଏବଂ କର୍ମଚାରୀ ବିଜେଡ଼ି କର୍ମୀଙ୍କ ଆକ୍ରମଣରୁ ବଞ୍ଚେଇବା ପାଇଁ ଗୋଟେ କିଲୋମିଟର ବାଟ ପର୍ଯ୍ୟନ୍ତ ସୁରକ୍ଷା ଦେଇ ନେଇଯାଉଥିବା ବେଳେ ଉତ୍ୟକ୍ତ କର୍ମୀ ମାନେ ବାରମ୍ବାର ମରଣାତ୍ମକ ଆକ୍ରମଣ କରିଥିଲେ। ଏବଂ ଏହି ଉତ୍ୟକ୍ତ କର୍ମୀ ମାନଙ୍କର  ଶିକାର ପୋଲିସ  ମଧ୍ୟ ହୋଇଥିଲେ। ଏନେଇ ମାହାଙ୍ଗା ପଞ୍ଚାୟତ ସମିତି ଉପାଦକ୍ଷ ଅଭିଯୋଗ ଆଣିଛନ୍ତି କିଛି ଅସମାଜିକ ଲୋକ ଆକ୍ରମଣ କରିଥିଲେ ଆମେ ତାର ପ୍ରତିରୋଧ କରିଥିଲୁ ।

ଉତ୍ୟକ୍ତ ବିଜେଡ଼ି କର୍ମୀମାନଙ୍କ ଠାରୁ ଦିଲ୍ଲୀପ ସାହୁଙ୍କୁ ଭ୍ୟାନ ରେ ନେଇଯିବା ପରେ ଉତ୍ୟକ୍ତ ଲୋକମାନେ କୁଆଁପାଳ ବଜାରରେ ଥିବା ଏକ ଲୁଗାଦୋକାନରେ ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା କୌଣସି ଘଟଣା ସହ ସମ୍ପୃକ୍ତି ନ ଥାଇ ମଧ୍ୟ ରାମଚନ୍ଦ୍ର ବେହେରାଙ୍କୁ ଦୋକାନ ଭିତରୁ ଘୋଷାଡ଼ି ଆଣି ତାଙ୍କ ମୁଣ୍ଡ ଫଟେଇବା ସହ ମରଣାତ୍ମକ ଆକ୍ରମଣ କରିଥିଲେ। ଏପଟେ ଆହତ ଦିଲ୍ଲୀପ ସାହୁ ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ରାମଚନ୍ଦ୍ର ବେହେରା ପକ୍ଷରୁ ଏବଂ ବିଜେଡ଼ି ମହିଳା କର୍ମୀଙ୍କ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଲା ମାହାଙ୍ଗା ଥାନାରେ ରୁଜ୍ଜୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼