ନିଷ୍ଠୁର ପ୍ରଶାସନ

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ନ୍ୟାୟୋଚିତ ସେବା ଯୋଗାଇବା ପ୍ରଶାସନର ଧର୍ମ । ବେଳେ ବେଳ ପ୍ରଶାସନ ନିଜର ଧର୍ମପଥରୁ ଓହରି ବେନିୟମ କାର୍ଯ୍ୟ କରୁଥିବାର ଦୃଷ୍ଟାନ୍ତ କିଛି କମ୍ ନାହିଁ । ଦଳିତ ଆଦିବାସୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଘର ଭାଙ୍ଗିଦେଇଛି ପ୍ରଶାସନ । ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଜାମପାଲି ଗାଁରେ ଘଟିଛି ଏଭଳି ଘଟଣା ।

ଜାମପାଲି ଗାଁର ଲତା ସୁନାଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ । ଏପରିକି ଲତାଙ୍କ ପରିବାରକୁ ଗାଁରୁ ବାହାର କରାଯାଇଛି । ଭୟଭୀତ ହୋଇ ଅସହାୟ ଲତା ପରିବାର ସହ ଜଙ୍ଗଲରେ ପଲିଥିନ୍ ଟାଣି ଜୀବନ ବିତାଉଛନ୍ତି । ପ୍ରଶାସନର ଏଭଳି ନିଷ୍ଠୁର କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ଜାଗାବାଡ଼ି ମାମଲାକୁ ନେଇ ପଡ଼ୋଶୀଙ୍କ ସହ ଲତାଙ୍କ ଝଗଡ଼ା ହୋଇଥିଲା । ମାମଲା ଥାନାଠାରୁ ଆରମ୍ଭ କରି ଦଳିତ ସଂଘ ଓ ମାନବଅଧିକାର କମବିଶନଙ୍କ ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ଏହି ବିବାଦର କିଛି ସ୍ଥାୟୀ ସମାଧାନ ହୋଇନଥିଲା । ଶେଷରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନିର୍ଦ୍ଦେଶରେ ଝାରବନ୍ଧ ତହସିଲଦାର ଲତାଙ୍କ ଘର ଭାଙ୍ଗିଦେଇଥିଲେ । ଆବାସ ଯୋଜନାରେ ପକ୍କାଘର ପାଇଥିବା ଘରକୁ ଜେସିବି ଲଗାଇ ଭଙ୍ଗାଯାଇଥିଲା । ସରକାରୀ ଜମିରେ ଘର କରିଥିବାରୁ ଭଙ୍ଗାଯାଇଥିବା ତହସିଲଦାର କହିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସେ ସରକାରୀ ଜମିରେ ଆବାସ ଯୋଜନାରେ ଘର କରିବା ଲାଗି ଆଦେଶ ପାଇଲେ କେମିତି । ଘର ତିଆରି ହେଲା ବେଳେ କାହାର କିଛି ଅଭିଯୋଗ ନଥିଲା । ଏବେ କାହିଁକି ଭଙ୍ଗାଗଲା । ଥଇଥାନ ଲାଗି କୌଣସି ସୁବିଧା ନକରାଇ ଏଭଳି ନିଷ୍ପତ୍ତି ପ୍ରଶାସନ ନେଲା କିପରି? ପ୍ରଶାସନର ଏଭଳି ନିସ୍ପତ୍ତି ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ସେମାନେ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ସେପଟେ ଘର ଭାଙ୍ଗିବା ପରେ ଜଙ୍ଗଲରେ ଅତି ଦୟନୀୟ ଜୀବନ ବିତାଉଛନ୍ତି ଲତାଙ୍କ ପରିବାର । ‘ବଡ଼ ଖବର’ ଜରିଆରେ ନିଜର ଦୁଃଖ ସରକାରଙ୍କୁ ଜଣାଇବା ଲାଗି ଲତା କରିଛନ୍ତି ଆକୁଳ ନିବେଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!