Masthead

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୱାର୍ମ ଅପ ମ୍ୟାଚ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇସିସି ପୁରୁଷ ବିଶ୍ୱକପ୍କୁ ଆଉ ମାତ୍ର ୪ ଦିନ । ଏହା ପୂର୍ବରୁ ଆରମ୍ଭ ହୋଇଛି ୱାର୍ମ ଅପ୍ ମ୍ୟାଚ । ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଏହି ମ୍ୟାଚ । ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏହି ୱାର୍ମ ଅପ ମ୍ୟାଚ । ଗୌହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୱାର୍ମଅପ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅପରାହ୍ନ ୨ ଟାରେ ଆରମ୍ଭ ହେବ ଏହି ମ୍ୟାଚ । ଏସିଆ କପ୍ ସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭଲ ଲୟରେ ରହିଛନ୍ତି ରୋହିତ୍ ବାହିନୀ ।

ସେହିପରି ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ବିପକ୍ଷ ସିରିଜ୍ ଜିତିଛି । ୱାର୍ମଅପରେ ଭାରତର ବ୍ୟାଟିଂ ଉପରେ ରହିବ ସମସ୍ତଙ୍କ ନଜର ।ରୋହିତଙ୍କ ସହ ଶୁବମନ୍ ଗିଲ ଓପନ୍ କରିବେ । ମଧ୍ୟକ୍ରମରେ ବିରାଟ କୋହଲି, ରାହୁଲ ଓ ଆୟରଙ୍କୁ ସୁଯୋଗ ଦେଇପାରେ ଦଳ । ସେପଟେ ଆନୁଷ୍ଠାନିକ ମ୍ୟାଚ୍‌ ପୂର୍ବରୁ ୧୦ଟି ଟିମ୍‌ ଖେଳିବେ ଦୁଇଟି ଲେଖାଏଁ ଓ୍ବାର୍ମ ଅପ୍‌ ମ୍ୟାଚ୍‌ । ଶୁକ୍ରାବର ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ଅଭ୍ୟାସ ମ୍ୟାଚ । ଏହି ମ୍ୟାଚରେ ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରିଛି ନୁ୍ୟଜିଲାଣ୍ଡ । ସେହିପରି ବାଂଲାଦେଶ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ