Masthead

ବର୍ତ୍ତମାନ ଖୋଲିବନି ଶ୍ରୀମନ୍ଦିର ଚାରିଦ୍ୱାର: ଜଗନ୍ନାଥ ସାରକା

ପୁରୀ(ବଡ଼ ଖବର ବ୍ୟୁରୋ):କେବେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର? କେବେ କମିବ ମୁଖ୍ୟ ଦ୍ୱାରରେ ଗହଳି? କେବେଠୁ ଚାରି ଦ୍ୱାର ଦେଇ ମହାବାହୁଙ୍କୁ ଦର୍ଶନ କରିପାରିବେ ଭକ୍ତ? ଏମିତି ଅନେକ ପ୍ରଶ୍ନ ଜଗନ୍ନାଥପ୍ରେମୀଙ୍କ ମନରେ ବସା ବାନ୍ଧିଛି । ଚାରି ଦ୍ୱାର ଖୋଲିବାକୁ ବିଭିନ୍ନ ସମୟରେ ଦାବି ମଧ୍ୟ ହୋଇଆସୁଛି । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ସ୍ପଷ୍ଟ ଚିତ୍ର । ବର୍ତ୍ତମାନ ଖୋଲିବନି ଶ୍ରୀମନ୍ଦିର ଚାରି ଦ୍ୱାର । ଅଣତାରକା ପ୍ରଶ୍ନର ଉତ୍ତରରେ ଏଭଳି କିଛି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।

ପ୍ରଶ୍ନ ନମ୍ବର ୧୦୭୨ରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିରରେ କେତୋଟି ପ୍ରବେଶ ଦ୍ୱାର କେବେଠାରୁ ବନ୍ଦ ରହିଛି? ବନ୍ଦ ରହିଥିବା ପ୍ରବେଶ ଦ୍ୱାରକୁ କାହିଁକି ଖୋଲାଯାଇପାରୁନାହିଁ? ଜଗନ୍ନାଥ ସମସ୍ତଙ୍କ ହୋଇଥିବା ବେଳେ କେବଳ ପୁରୀ ଲୋକଙ୍କ ପାଇଁ କାହିଁକି ଗୋଟିଏ ଦ୍ୱାରରେ ସ୍ୱତନ୍ତ୍ର ପ୍ରବେଶ ଦ୍ୱାର ରହିଛି? ଶ୍ରୀଜୀଉଙ୍କୁ ଧାଡ଼ିରେ ଦର୍ଶନ କରିବା ପାଇଁ ଭକ୍ତଙ୍କୁ କେତେ ସମୟ ଲାଉଛି? ଏସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ ବିଧାୟିକା କୁସୁମ ଟେଟେ । ଯାହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।

ସେ କହିଛନ୍ତି ଯେ, ୨୦ ମାର୍ଚ୍ଚ ୨୦୨୦ ତାରିଖଠାରୁ କୋଭିଡ ସଂକ୍ରମଣ ଜନିତ କଟକଣା ଯୋଗୁଁଭ ଭକ୍ତଙ୍କ ପାଇଁ ଚାରି ଦ୍ୱାର ବନ୍ଦ ରହିଛି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ପରିପ୍ରେକ୍ଷୀରେ ତିନୋଟି ଦ୍ୱାର ଖୋଲାଯାଇ ପାରୁନାହିଁ । ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ଦ୍ୱାରରେ ଦର୍ଶନାର୍ଥୀମାନଙ୍କ ଭିଡ଼ ଲାଘବ କରିବା ସହିତ ଶ୍ରୀମନ୍ଦିରକୁ ପ୍ରବେଶରେ ବିଳମ୍ବ ଏଡ଼ାଇବା ଲକ୍ଷ୍ୟରେ ଦୈନିକ ପରମ୍ପରା କ୍ରମେ ଶ୍ରୀମନ୍ଦିରକୁ ଆସୁଥିବା ପୁରୀ ଲୋକଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲାଯାଇଛି । ଶ୍ରୀମନ୍ଦିର ବେଢାରେ ଜନସମାଗମକୁ ଦୃଷ୍ଟିରେ ରଖି ନୀତି ସମ୍ପାଦନ ପାଇଁ ସାମୁୟିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବା ସମୟ ବ୍ୟତୀତ ଅନ୍ୟ ସମୟରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଯଥା ସମ୍ଭବ କମ ସମୟ ଲାଗୁଛି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼