Masthead

କର୍ତ୍ତବ୍ୟନିଷ୍ଠଙ୍କୁ ମାନପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଶିଖରପୁର ଛକରେ ଟ୍ରାଫିକ୍ ଡ୍ୟୁଟି କରୁଥିବା ହାବିଲଦାର ଲଳିତ ମୋହନ ରାଉତଙ୍କ କର୍ତ୍ତବ୍ୟ ପରାୟଣତା ପଥଚାରୀଙ୍କୁ ମୁଗ୍ଧ କରୁଛି । ତାଙ୍କର ଟ୍ରଫିକ୍ ପରିଚାଳନାର କାଇଦା ସମ୍ପୂର୍ଣ୍ଣ ନିଆରା । ସୋସିଆଲ ମିଡିଆରେ ତାଙ୍କର ଚର୍ଚ୍ଚା ଛାଇ ହୋଇଯାଉଛି । ଦୁର୍ଘଟଣା ଆଶଙ୍କା ଦୂର କରିବା ପାଇଁ ରାସ୍ତାରେ ପଡ଼ିଥିବା ବଜୁରି, ଚିପ୍ସକୁ ଝାଡୁ ମାରି ସଫା କରିଥିଲେ ଲଳିତମୋହନ । ଲୋକଙ୍କ ନିରାପଦ ଯାତ୍ରା ପାଇଁ ରାସ୍ତାରେ ଲଳିତମୋହନ ଝାଡ଼ୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଗତ ୧୭ରେ ଢେର ଭାଇରାଲ ହୋଇଥିଲା । ତାଙ୍କ ନିକଟକୁ ଛୁଟିଥିଲା ପ୍ରଶଂସାର ସୁଅ ।

ଲଳିତମୋହନଙ୍କ କର୍ତ୍ତବ୍ୟ ପରାୟଣତା, ଟ୍ରାଫିକ୍ ପରିଚାଳନାରେ ଦକ୍ଷତାକୁ ଚିହ୍ନିପାରିଛି କମିଶନରେଟ୍ ପୋଲିସ । ଆଜି ସିପି ସୁଧାଂଶୁ ଷଢ଼ଙ୍ଗୀ ଲଳିତମୋହନ ରାଉତଙ୍କୁ ଦେଇଛନ୍ତି ମାନପତ୍ର । ପୋଲିସସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମାନପତ୍ର ଗ୍ରହଣ କରି ଭାବବିହ୍ୱଳ ହୋଇପଡିଥିଲେ ଲଳିତମୋହନ । ମାନପତ୍ର ସହ ତାଙ୍କୁ ମଧ୍ୟ ପ୍ରୋତ୍ସାହନ ବାବଦରେ ଦିଆଯାଇଛି ୧ହଜାର ଟଙ୍କା । ଏହି ଉତ୍ସବରେ ବହୁ ବରିଷ୍ଠ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ । ଭବିଷ୍ୟତରେ ଲଳିତମୋହନ ଏଭଳି ସେବା ଜାରି ରଖିବା ପାଇଁ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ