Masthead

କ୍ରିକେଟ୍ ବିଶ୍ୱକପ ପାଇଁ ‘ଗ୍ଲୋବାଲ ଆମ୍ବାସଡର’ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଆଇସିସି ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ଦିନିକିଆ ବିଶ୍ଵକପ୍ ୨୦୨୩ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନାମିତ କରିଛି। କ୍ରିକେଟ୍ ଇତିହାସରେ ସର୍ବାଧିକ ରନ ହାସଲକାରୀ ଖେଳାଳି ସଚିନ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ବିଶ୍ଵକପ୍ ଟ୍ରଫି ଧରି ପଡ଼ିଆକୁ ଆସିବେ ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆନୁଷ୍ଠନିକ ଘୋଷଣା କରିବେ।

ଉଦଘାଟନ ମ୍ୟାଚ୍ ପୂର୍ବରୁ ସଚିନ ତେନ୍ଦୁଲକର କହିଛନ୍ତି, ୨୦୧୧ ବିଶ୍ଵକପ୍ ଟ୍ରଫି ଜିତିବା ତାଙ୍କ ସ୍ଵପ୍ନ ସାକାର କରିଥିଲା। ୧୯୮୭ରୁ ୨୦୧୧ ବିଶ୍ଵକପ୍ ପର୍ୟ୍ୟନ୍ତ ମୋଟ୍ ୬ ଥର ଦେଶର ପ୍ରତିନିଧିତ୍ଵ କରିବା ମୋ ହୃଦୟରେ ସର୍ବଦା ଏକ ସ୍ଵତନ୍ତ୍ର ସ୍ଥାନ ରଖିଥାଏ। ମୋର ପୂରା କ୍ରିକେଟ୍ କ୍ୟାରିୟରରେ ୨୦୧୧ର ବିଶ୍ଵକପ୍ ଫାଇନାଲ୍ ସବୁଠୁ ଗୌରବଶାଳୀ କ୍ଷଣ ଥିଲା ବୋଲି ସଚିନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା