Masthead

ବିଧାନସଭା ସଠିକ ଭାବେ ଚାଲି ନପାରିବା ପାଇଁ ବିରୋଧୀ ହିଁ ଦାୟୀ: ଦେବୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର । ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି ବୋଧେ କିନ୍ତୁ ଭିତରେ ତ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବି ମିଶ୍ର । ସେ କହିଛନ୍ତି ବିଧାନସଭାର କାର୍ଯ୍ୟ ପରିଧି ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ କି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ବିଧାନସଭା ସଠିକ ଭାବେ ନ ଚାଲି ପାରିବା ନେଇ ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ ।

କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ । ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟାପକ୍ଷ ଆଉ ବିରୋଧୀ ବରପକ୍ଷ । କିନ୍ତୁ ବର ପକ୍ଷ ବି ଆଲୋଚନା ପାଇଁ ରହିବା ଦରକାର । ଯଦି ଆଉଟ ହୋଇଯିବେ କେମିତି ଆଲୋଚନା ହେବ । ସେ ଆହୁରି ମଧ୍ୟ କହିଛନ୍ତି ବେକାରୀ ଓ ବେରୋଜଗାରୀ ହ୍ରାସ ହେବା ଦରକାର । ସିଏମଆଇଆର ରିପୋର୍ଟ ବି କିଛି ଦିନ ତଳେ କହିଥିଲା କି ଓଡ଼ିଶାରେ ବେକାରୀ କମିଛି । ବେକାରୀ ହେଉଛି ସମଗ୍ର ଭାରତ ବର୍ଷର ସମସ୍ୟା । ତାକୁ କମେଇବା ଦରକାର । ଶିଳ୍ପ ଓ କୃଷି, ପର୍ଯ୍ୟଟନ କ୍ଷେତ୍ରରେ ଭ୍ୟାଲୁ ଆଡ଼ିସନ କରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହ ଆତ୍ମ ନିଯୁକ୍ତି ବଢ଼େଇବା ପାଇଁ ରାଜ୍ୟ ସରକାର ସେଥିପାଇଁ ସବୁବେଳେ ତତ୍ପର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି