Masthead

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ

ନରସିଂହପୁର(ବଡ଼ ଖବର ବ୍ୟୁରୋ):ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଗତକାଲି ବିଳମ୍ବିତ ରାତ୍ରିରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଗଣେଷ ପୂଜା ଭାଷାଣି ସମୟ ରେ ଡିଜେ ବଜାଇ ମୁଖ୍ୟ ରାସ୍ତା ଉପରେ ନାଚୁଥିବା ବେଳେ ଜଣେ ଯୁବକ ଙ୍କୁ ଚାପିଦେଇଥିଲା ଦଶ ଚକିଆ ଟ୍ରକ, ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ଅଭିମାନପୁର ଗାଁର କାର୍ତିକ ଦେହୁରୀ ଙ୍କର ପୁଅ ୩୫ ବର୍ଷୀୟ ବାପି ଦେହୁରୀ।

ମାଣିଆବନ୍ଧ ଥାନା ପୋଲିସ ପହଂଚି ଅଧିକ ତଦନ୍ତ କରିବା ସହ ଦଶ ଚକିଆ ଟ୍ରକ ଓ ଡ୍ରାଇଭର ଙ୍କୁ ଅଟକ ରଖିଛି। ଏହି ଘଟଣା ରେ ଆଜି ସକାଳୁ ଆଠଗଡ଼ ନରସିଂହପୁର ୬୫ନମ୍ବର ରାଜ୍ୟ ରାଜପଥ ଅଭିମାନପୁର ଛକ ନିକଟରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଯାହା ଫଳ ରେ ଆଠଗଡ଼ ନରସିଂହପୁର ରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ମେଡିକାଲ ଶବ ବ୍ୟବଚ୍ଛେଦ ପାଇଁ ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିଛି ମାଣିଆବନ୍ଧ ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା