Masthead

ସାହିତ୍ୟରେ ନୋବେଲ୍‌ ପୁରସ୍କାର ଘୋଷଣା, ଜନ୍‌ ଫୋସେଙ୍କୁ ମିଳିବ ଆଓ୍ଵାର୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି । ୧୯୫୯ ମସିହାରେ ନରଓ୍ବେରେ ଜନ୍ମିତ ଜନଙ୍କୁ ଯେତେବେଳେ ୭ ବର୍ଷ ବୟସ ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ତେବେ ସେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ତାଙ୍କ ଲେଖାକୁ ସାରା ଜୀବନ ପ୍ରଭାବିତ କରିଥିବା କୁହାଯାଏ । ଲଣ୍ଡନର ଖବରକାଗଜ ଦି ଡେଲି ଟେଲିଗ୍ରାଫର ଏକ ରିପୋର୍ଟ ଅନୁସାରେ ବିଶ୍ବର ୧୦୦ ଜଣ ଜୀବନ୍ତ କିମ୍ବଦନ୍ତୀ ମଧ୍ୟରୁ ସେ ଅନ୍ୟତମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି