Masthead

ରାହୁଲଙ୍କୁ ‘ରାବଣ’ ଦର୍ଶାଇ ଫସିଲା ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୁଧବାରଠୁ ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରିଚାଲିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ନିଜ ସୋସିଆଲ ମିଡିଆ ସ୍ପେଶଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖିବାକୁ ମିଳିଥିଲା । ପୋଷ୍ଟରେ ଲେଖାଯାଇଥିଲା ମୋଦୀ ହେଉଛନ୍ତି ଜୁମଲା ବୟ ବା ମିଛୁଆ ବ୍ୟକ୍ତି । ଗୁରୁବାର ସୋସିଆଲ ମିଡିଆରେ ବିଜେପି ଏକ ଫଟୋ ପୋଷ୍ଟ କରିଛି । ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଯାଇଛି ।

ଏହାକୁ ନେଇ ରାଜସ୍ଥାନର ରାଜଧାନୀ ଜୟପୁରରେ ଦଳ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ‘ରାବଣ’ ପୋଷ୍ଟର ଉପରେ ଆପତ୍ତି ଦର୍ଶାଇ ଜୟପୁରର ଓକିଲ ଜସୱନ୍ତ ଗୁରୁଜର ଏହି ଅଭିଯୋଗ କରିଛନ୍ତି। ଅପରପକ୍ଷେ ବିଜେପି ଟୁଇଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ ଏହି ପୋଷ୍ଟକୁ ଦେଖି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟୁଇଟ୍‌ କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ଆପଣ ରାଜନୀତି ଏବଂ ବିତର୍କକୁ କେଉଁ ସ୍ତରରେ କେତେ ତଳକୁ ନେଇଯିବାକୁ ଚାହୁଁଛନ୍ତି? ଆପଣଙ୍କ ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଉଥିବା ହିଂସାତ୍ମକ ଏବଂ ଉତ୍ତେଜନାମୂଳକ ଟୁଇଟ ସହିତ ଆପଣ ସହମତ କି? ବୋଲି ସେ ଲେଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ