Masthead

ମାସେ ପରେ ଧରା ପଡିଲେ ଲୁଟେରା

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ) : ଶେଷରେ ଧରା ପଡିଲେ ଲୁଟେରା। ଘଟଣାର ଗୋଟିଏ ମାସ ପରେ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଗିରଫ ଲୁଟେରାମାନେ ହେଲେ ବିଜାଖମନର ଜ୍ୟେଷ୍ଠ ନାଗ, ମେଘୁ ଓରଫ୍ ସାରଥୀ ଜାଲ ଓ ରିଙ୍କୁ, ଦୀପ । ସେମାନଙ୍କ ନିକଟରୁ ଲୁଟ୍ କରିଥିବା ୧୫୦୦ ଟଙ୍କା ଓ ୩ ଟି ମୋବାଇଲ ଜବତ କରିଛି ସଦର ଥାନା ପୋଲିସ ।
ସୂଚନା ଅନୁସାରେ, ଗତ ମାସ ୨୦ରେ ଦୁଇ ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ଆଚାର୍ୟ୍ୟ ଓ ଯୁଗଳ କିଶୋର ଝା କମାକ୍ଷୀନଗରରୁ ସହରକୁ ଫେରୁଥିଲେ। ଫେରିବା ସମୟରେ ରାସ୍ତାରେ ୩ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ୧୫୦୦ ଟଙ୍କା ଓ ୩ଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ଅଭିଯୋଗ ପରେ ସଦର ପୋଲିସ କେସ ନମ୍ବର ୨୯୬ ଧାରା ୩୯୪ରେ ଏକ ମାମଲା ରୁଜୁ କରିଥିଲେ ।
ଲୁଟେରାଙ୍କୁ ଧରିବା ପାଇଁ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ସଦର ଥାନା ପକ୍ଷରୁ ଏକ ଟିମ୍ ଗଠନ କରାଯାଇଥିଲା। ସଦର ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ୩ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏଥିସହ ଲୁଟ୍ ୧୫୦୦ ଟଙ୍କା ସହ ୩ଟି ମୋବାଇଲ ଜବତ କରିଥିବାବେଳେ ଗିରଫ ୩ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏମାନଙ୍କ ନାମରେ ଟ୍ରକ୍ ଚୋରି କେସ ମଧ୍ୟ ରହିଥିବା ସଦର ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ