Masthead

ବିସିସିଆଇ ମହିଳା ଟି-୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହିଳା ଟି-୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ । ବିସିସିଆଇ ମହିଳା ଟି୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ । ୧୬ ଜଣିଆ ସଦସ୍ୟା ବିଶିଷ୍ଟ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ। ମାଧୁରୀ ମେହେଟାଙ୍କୁ ଅଧିନାୟକ ଭାର ମିଳିଥିବା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ ଉପ ଆଧିନାୟକ ଭାର ସମ୍ଭାଳିବେ। ତେବେ ଯଦି ଟିମ ଲାଇନ ଅପ ଦେଖିବା ତେବେ ତନ୍ମୟୀ ବେହେରା, ଅଞ୍ଜଳି ସିଂ, ପ୍ରଜ୍ଞାପରମିତା ମହାନ୍ତି ୱଇକେଟ କିପର, ସଙ୍ଗୀତା ଖଡିଆ, ରାନୀ ଟୁଡୁ ୱଇକେଟ କିପର, ଶୁଭ୍ରା ସ୍ୱାଇଁ , ପ୍ରିୟଙ୍କା ସାହୁ, ଶିଳ୍ପା ସ୍ୱାଇଁ, କାଜଲ ଜେନା, ରିମାଲକ୍ଷ୍ମୀ ଇକା, ରାମେଶ୍ୱରୀ ନାୟକ, ସୁଜାତା ମଲ୍ଲିକ, ତରଣା ପ୍ରଧାନ ଓ ବର୍ଷାରାଣୀ ସିଂ ଦଳରେ ରହିଛନ୍ତି। ତେବେ ଏହି ଟିମ ଚୟନ ପୂର୍ବରୁ ଓଡ଼ିଶା ରାଇପୁର ଓ ଘରୋଇ ମାଟିରେ ଅଭ୍ୟାସ ଓ ପ୍ରସ୍ତୁତି ମ୍ୟାଚ ଖେଳିଥିଲା ।

ସେଥିମଧ୍ୟରୁ ୨୧ ଜଣଙ୍କୁ ଚୟନ କରିବା ପରେ ଆଜି ବିସିସିଆଇ ମହିଳା ଟି୨୦ ଟ୍ରଫି ପାଇଁ ଓଡିଶା କ୍ରିକେଟ ସଂଘ ଖୋଳାଳିଙ୍କ ନାମ ଘୋଷଣା କରିଛି। ତେବେ ଓଡ଼ିଶାର ସମସ୍ତ ମ୍ୟାଚ ରାଇପୁରରେ ଖେଳାଯିବ । ପ୍ରଥମ ମ୍ୟାଚରେ ଓଡ଼ିଶା ମଧ୍ୟପ୍ରଦେଶକୁ ଭେଟିବ । ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ। ପରେ ପରେ ଅରୁଣାଚଳ ପ୍ରଦେଶ , ନାଗାଲାଣ୍ଡ , ଆନ୍ଧ୍ରପ୍ରଦେଶ ଓ ଜାମ୍ମୁକାଶ୍ମୀରକୁ ଭେଟିବ ଓଡିଶା ମହିଳା ଦଳ । ଏହି ସିଜିନରେ ଓଡିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଙ୍ଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼