Masthead

ଜାତୀୟ ରାଜପଥ ରାଜନୀତି, ନୀତିନ ଗଡକରୀଙ୍କୁ ଭେଟି ଧର୍ମେନ୍ଦ୍ର କଲେ ଆଲୋଚନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କଟକ- ସମ୍ବଲପୁର ଜାତୀୟ ରାଜପଥକୁ ନେଇ ବିଜେଡି- ବିଜେପି ଭିତରେ ସରଗମ ହେଉଛି ରାଜନୀତି ।ବିଜେଡି କଟକ-ସମ୍ବଲପୁର ରାଜପଥର ଦୟନୀୟ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟି ଧର୍ମେନ୍ଦ୍ର ରଖିଥିଲେ ଏହି ବୈଠକ । ସମ୍ବାଦିକ ସମ୍ମିଳନୀରେ ବିଜେଡି କହିଥିଲା ଯେ ରାଜପଥ ଅତି ଦୟନୀୟ ଓ ଖରାପ ଅବସ୍ଥାରେ ଅଛି । ସାମାନ୍ୟ ଅବହେଳା ଯୋଗୁଁ ଘଟୁଛି ଅନେକ ଦୁର୍ଘଟଣା । ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ଜାତୀୟ ରାଜପଥ ୫-୫ ଅର୍ନ୍ତଗତ ଦୁଇଟି ପ୍ୟାକେଜରେ ନିର୍ମାଣଧିନ କଟକ- ଅନୁଗୁଳ ରାଜପଥର ଅଗ୍ରଗତି ଅନୁଗୁଳ-ସମ୍ବଲପୁର ସେକ୍ସନ ସଂମ୍ପର୍କରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ଅନେକ ଉନ୍ନୟନମୂଳକ କାର୍ଯ୍ୟ ସଂମ୍ପୁର୍ଣ୍ଣ ହୋଇଥିବା ବେଳେ ଆଉ କିଚି ସମାପ୍ତ ହେବାର ଅଛି ।

ଏହି ସବୁ କାର୍ଯ୍ୟ ଖୁବ ଶୀଘ୍ରଶେଷ କରାଯିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ଗଡକାରୀ ପ୍ରତିଶ୍ରୁତି ଦେଉଛନ୍ତି । ଅପରପକ୍ଷରେ ବିଜେଡି କହିଛି ଯେ , ସଂସଦରେ ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଦଳୀୟ ସାଂସଦମାନେ ଦାବି କରୁଥିବା ବେଳେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ମାନେ କୌଣସି ସ୍ୱର ଉତ୍ତଳୋନ କରିନାହାନ୍ତି । ୨୦୧୯ରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ଓଡ଼ିଶା ଲୋକଙ୍କ ସହ କିପରି ସାମ୍ନା ସାମ୍ନି ହେବେ ତାହା ବୁଝାଇ ହେଉନି । ଲୋକେ ସେମାନଙ୍କଠାରୁ ମୁହଁ ଫେରାଇ ନେଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି