Masthead

ଡାକ୍ତରଙ୍କ ଦବଙ୍ଗଗିରି, ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରିଦେବାକୁ ଧମକ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ); ଦିନକୁ ଦିନ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଗୁରୁ ଚରଣ ସାହୁଙ୍କ ଦବଙ୍ଗଗିରି ବଢ଼ିବାରେ ଲାଗିଛି। ପ୍ରତେକ ଦିନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବା ରେଗୀ ମାନଙ୍କୁ ର୍ଦୁବ୍ୟବହାର କରିବା ଭଳି ସଙ୍ଗିନ ଅଭିଯୋଗ ଏହି ଡାକ୍ତର ନାମରେ ରହିଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ଏବିଷୟରେ ପ୍ରଶ୍ନ ପଚାରିଲେ ନାଲିଆଖି ଦେଖାଇ ଅସ୍ତ୍ରୋପଚାର କରାଯାଉଥିବା ଧାରୁଆ ଅସ୍ତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ।

ଏହି ଡାକ୍ତର ଜଣକ ସୁଚନା ମୁତାବକ ୧୪ତାରିଖ ଦିନ ୧୨.୩୦ସମୟରେ ଅଭୟ ଦାସ ନାମକ ଗଣମାଧ୍ୟମ ପ୍ରତିନିଧି ଘଣ୍ଟେଶ୍ୱର ମେଡିକାଲକୁ ଅଭିଯୋଗ ମୁତାବକ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଆୟୁସ ଡାକ୍ତର ଗୁରୁ ଚରଣ ସାହୁ ମେଡ଼ିକାଲରେ ବିଳମ୍ବରେ କାର୍ଯ୍ୟରେ ଯୋଗ ଦେଇଥିଲେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଭିଡିଓ ଉତ୍ତୋଳନ କରିବାରୁ ଡ଼ାକ୍ତର ଜଣଙ୍କ ଉକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗାଳି ଗୁଲଜ କରିବା ସହିତ ନିଜ ପାଖରେ ଥିବା ଅସ୍ତ୍ରୋପଚାର ଧାରୁଆ ଅସ୍ତ୍ରରେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଏନେଇ ତାଙ୍କ ନାମରେ ବାଂଶଡା ଥାନାରେ ଗଣମାଧ୍ୟମ ପ୍ରତିନିଧି ଅଭୟ ଦାସ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳ ବାସୀ ମାନଙ୍କ କହିବା କଥା ତୁରନ୍ତ ଏହି ଆୟୁସ ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହିତ ଅନ୍ୟତ୍ର ବଦଳି କରାଯାଉ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା