Masthead

ଆଜିଠୁ ପ୍ୟାରିସରେ ପାରାଲିମ୍ପିକ୍ସ: ଭାଗନେବେ ୮୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମ ଅଲିମ୍ପିକ୍ସ ସଫଳତାର ସହ ସମାପ୍ତ ହେବା ପରେ ଆଜିଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଅଲିମ୍ପିକ୍ସ କ୍ରୀଡ଼ା । ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ୧୬୯ ଦେଶର କ୍ରୀଡ଼ାବିତ ଉଦ୍ଘାଟନୀ ପରେଡ୍ରେ ସାମିଲ ହେବେ । ୮୪ ଜଣିଆ ଭାରତୀୟ ଦଳ ଏଥର କ୍ରୀଡ଼ାରେ ଭାଗ ନେଇଛନ୍ତି । କ୍ରୀଡ଼ା ୨୮ ତାରିଖରୁ ଉଦ୍ଘାଟିତ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ । ଏଥର ୨୨ଟି କ୍ରୀଡ଼ାରେ ମୋଟ୍ ୫୪୯ଟି ଇଭେଣ୍ଟ ରହିଛି ।

ଭାରତୀୟ ଦଳ ୧୨ଟି କ୍ରୀଡ଼ାରେ ଭାଗ ନେବ । ପୂର୍ବ ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣ ଭାରତୀୟ ୯ଟି କ୍ରୀଡ଼ାରେ ଭାଗ ନେଇ ୫ଟି ସ୍ୱର୍ଣ୍ଣ ସହ ମୋଟ୍ ୧୯ଟି ପଦକ ଜିତିଥିଲେ । ପୂର୍ବାପେକ୍ଷା ଏଥର ଦଳର କଳେବର ବଢ଼ିଛି । ତେଣୁ ପଦକ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଆଶା ରହିଛି । ଆଥଲେଟିକ୍ସରେ ସର୍ବାଧିକ ୩୮ ଜଣ ଅଂଶ ଗ୍ରହଣ କରିବେ । ସେମିତି ବ୍ୟାଡମିଣ୍ଟନରେ ୧୩ ଓ ସୁଟିଂରେ ୧୦ ଜଣ ଭାରତୀୟ ପଦକ ଲଢ଼େଇ କରିବେ । ଦୁର୍ଭାଗ୍ୟକୁ ଏଥର ଟୋକିଓ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଡୋପ୍ ନିୟମ ଉଲ୍ଲଂଘନ କରି ସେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ସଂଘର ଡୋପ୍ ନିରୋଧୀ ସଂସ୍ଥା ଦ୍ୱାରା ବାସନ୍ଦ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ