Masthead

ବିଧାୟକ ପ୍ରତାପ ଜେନାଙ୍କୁ ହାଜର ହେବାକୁ ସମନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ);ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସାଲେପୁର ଜେଏମଏଫସି କୋର୍ଟ ଏହି ସମନ କରିଛନ୍ତି । ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ କୋର୍ଟ ବିଧାୟକ ପ୍ରତାପ ଜେନାଙ୍କୁ ଏହି ନୋଟିସ ପଠାଇଛନ୍ତି । ଆଉ ସରକାରୀ ବାସଭବନରେ ବିଧାୟକଙ୍କ କାର୍ୟ୍ୟାଳୟ ତରଫରୁ ନୋଟିସ୍ ଗ୍ରହଣ କରାଯାଇଥିବା ସୂଚନା ରହିଛି । ଡବଲ ମର୍ଡର ଘଟଣାରେ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ମୃତକଙ୍କ ପରିବାର ଲୋକେ ସାଲେପୁର ଜେଏମଏଫସି କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଫାଇଲ କରାଯାଇଥିଲା । ଉପଯୁକ୍ତ ତଥ୍ୟ ପ୍ରମାଣ ଓ ସାକ୍ଷୀମାନଙ୍କର ବୟାନକୁ ଗ୍ରହଣ କରି କୋର୍ଟ ୧୩ ନମ୍ବର ଅଭିଯୁକ୍ତ ଭାବେ ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ୍ କରିଛନ୍ତି । ଧାରା ୩୦୨, ୫୦୬ ,୧୨୦ ବି ଆଧାରରେ ମାମଲାକୁ ବିଚାର କରିବା ପାଇଁ କୋର୍ଟ ଅର୍ଡର କରିଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’