Masthead

ନଜର ପକାନ୍ତୁ କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନରୁ ୧୧୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଠ ୮୧୧ ଲୋକାଲ କେସ୍ । ୨୪ ଘଣ୍ଟା ମଧ୍ୟରେ ୧୩ଜଣଙ୍କ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି । ୧୩ ଜଣ ମୃତକଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୩ଜଣ, ଭୁବନେଶ୍ୱରରୁ ୨ଜଣ, ବାଲେଶ୍ୱର, ଅନୁଗୁଳ, ନୂଆପଡ଼ା, ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି ।

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୩, ଅନୁଗୁଳରୁ ୧୨୦, ସୁନ୍ଦରଗଡ଼ରୁ ୧୦୪, ମୟୂରଭଞ୍ଜରରୁ ୯୯, ଜଗତସିଂହପୁରରୁ ୭୮, ବାଲେଶ୍ୱରରୁ ୭୩, ପୁରୀରୁ ୭୨, ଯାଜପୁରରୁ ୬୭, ବରଗଡ଼ରୁ ୬୭, କେନ୍ଦୁଝରରୁ ୬୫, ଭଦ୍ରକ ଓ ବଲାଙ୍ଗୀରରୁ ୬୪, ନବରଙ୍ଗପୁରରୁ ୬୨, ଝାରସୁଗୁଡ଼ାରୁ ୫୬, ଷ୍ଟେଟପୁଲ-୫୧, କନ୍ଧମାଳରୁ ୪୬, କଳାହାଣ୍ଡିରୁ ୪୫, ନୂଆପଡ଼ାରୁ ୪୩, ମାଲକାନଗିରିରୁ ୩୮, ସମ୍ବଲପୁରରୁ ୩୭, ଢ଼େଙ୍କନାଳରୁ ୩୫, ସୁବର୍ଣ୍ଣପୁରରୁ ୩୦, କୋରାପୁଟରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୫, ନୟାଗଡ଼ରୁ ୨୩, ଗଜପତି ଓ ଦେଓଗଡ଼ରୁ ୯ଜଣ, ବୌଦ୍ଧରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ସୁଦ୍ଧା ରାଜ୍ୟରେ ୪୧୫୯୩୯୪ଟି ସାମ୍ପୁଲ ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୧୮୧ ରହିଛି । ୨୦୭୫୦ ଜଣ ସୁସ୍ଥ ହୋଇସାରିଲେଣି । ଆକ୍ଟିଭ କେସ୍ ୨୦,୭୫୦ । ଏଥି ମଧ୍ୟରୁ୧୧୮୧ ଜଣଙ୍କ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?