Masthead

କେବଳ ଟ୍ୱିନ୍ ସିଟିରେ କ’ଣ ଆଦାୟ ହେଉଛି ବଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମଗ୍ର ଓଡ଼ିଶାର ୩୨ ପୋଲିସ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ କିଛି କମ୍ ନୁହେଁ । ଏହି ଜିଲ୍ଲାଗୁଡିକରେ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆକାରରେ ଆଦାୟ ହେଉଛି ଦାଦାବଟି । ପୂଜାପାର୍ବଣ ଆସିଲେ ଦାଦାଙ୍କ ଦାଦାଗିରି ଚରମସୀମାରେ ପହଞ୍ଚୁଛି । ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କହିବା ଭୁଲ ହେବ । କିନ୍ତୁ ଏହି ମାମଲା ସଂଖ୍ୟା ବହୁତ କମ୍ ।

ସମଗ୍ର ରାଜ୍ୟର ପୋଲିସ ଜିଲ୍ଲାରେ ହେଉଥିବା ବେନିୟମ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଡିଜି ଅଭୟ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି ସତ କିନ୍ତୁ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରୋତ୍ସାହନରେ ଦାଦାମାନେ ସେମାନଙ୍କ ସାମ୍ରାଜ୍ୟ ଆରାମରେ ଚଳାଉଥିବା ଚର୍ଚ୍ଚା ହେଉଛି । ଏହି ଅସାଧୁ ପୋଲିସ କର୍ମଚାରୀମାନେ ହିଁ ଗୃହ ବିଭାଗ ପାଇଁ କଳଙ୍କ କହିଲେ ଭୁଲ ହେବନାହିଁ । ଦାଦାଙ୍କୁ ଛାଡି ଏହି ଅସାଧୁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

କଟକ-ଭୁବନେଶ୍ୱର କମିସନରେଟ ପୋଲିସ ଏରିୟାରେ ଆଉ ଦାଦାଗିରି ଚଳିବ ନାହିଁ । ଲୋକେ ଭୟ କରିବା ଦରକାର ନାହିଁ । ପୋଲିସ ଉପରେ ବିଶ୍ୱାସ ରଖନ୍ତୁ । ହେଲ୍ପଲାଇନ୍ ନଂ-୯୯୩୮୯୧୦୦୦୦ରେ ଫୋନକରି ଦାଦାବଟି ସମ୍ପର୍କରେ ସୂଚନା ଦିଅନ୍ତୁ । ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୋପନ ରହିବ, ଦାଦାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ହେଉଛି ଟ୍ୱିନ୍ ସିଟିବାସୀଙ୍କ ପାଇଁ ପୋଲିସର ଅଭୟବାଣୀ ।

ପରୋକ୍ଷରେ ପୋଲିସ ସ୍ୱୀକାର କରୁଛି ଦ୍ୱେତ ନଗରୀରେ ଦାଦାବଟି ଆଦାୟ ହେଉଛି । ଦାଦାମାନଙ୍କୁ ଭୟକରି ଲୋକମାନେ ବଟି ଦେଉଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ କଟକ-ଭୁବନେଶ୍ୱରକୁ ଛାଡିଦେଲେ ଅନ୍ୟ ପୋଲିସ ଜିଲ୍ଲାଗୁଡିକରେ ଦାଦାବଟି ଆଦାୟ ହେଉନଥିବା ପୋଲିସ ଏକ ପ୍ରକାର ସ୍ପଷ୍ଟ କରିଛି । ନହେଲେ ଅନ୍ୟ ପୋଲିସ ଜିଲ୍ଲାଗୁଡିକ ପାଇଁ ପୋଲିସ ପକ୍ଷରୁ ହେଲ୍ପଲାଇନ କାହିଁକି ଜାରି କରାଯାଉନି ।

କେବଳ କମିସନରେଟ୍ ପୋଲିସ ଅଞ୍ଚଳକୁ ଛାଡିଲା ପରେ ଅନ୍ୟସବୁ ଅଞ୍ଚଳରେ ଦାଦାମାନଙ୍କ ଦାଦାବଟି ଓ ଜୁଲୁମ୍ ଜାରି ରହିବ କି ? ତେବେ ଅନ୍ୟସବୁ ଅଞ୍ଚଳରେ କେବେ ଲାଗୁ ହେବ ‘ଦାଦାବଟିକୁ ନା’?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ