Masthead

କେବଳ ଟ୍ୱିନ୍ ସିଟିରେ କ’ଣ ଆଦାୟ ହେଉଛି ବଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମଗ୍ର ଓଡ଼ିଶାର ୩୨ ପୋଲିସ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ କିଛି କମ୍ ନୁହେଁ । ଏହି ଜିଲ୍ଲାଗୁଡିକରେ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆକାରରେ ଆଦାୟ ହେଉଛି ଦାଦାବଟି । ପୂଜାପାର୍ବଣ ଆସିଲେ ଦାଦାଙ୍କ ଦାଦାଗିରି ଚରମସୀମାରେ ପହଞ୍ଚୁଛି । ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କହିବା ଭୁଲ ହେବ । କିନ୍ତୁ ଏହି ମାମଲା ସଂଖ୍ୟା ବହୁତ କମ୍ ।

ସମଗ୍ର ରାଜ୍ୟର ପୋଲିସ ଜିଲ୍ଲାରେ ହେଉଥିବା ବେନିୟମ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଡିଜି ଅଭୟ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି ସତ କିନ୍ତୁ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରୋତ୍ସାହନରେ ଦାଦାମାନେ ସେମାନଙ୍କ ସାମ୍ରାଜ୍ୟ ଆରାମରେ ଚଳାଉଥିବା ଚର୍ଚ୍ଚା ହେଉଛି । ଏହି ଅସାଧୁ ପୋଲିସ କର୍ମଚାରୀମାନେ ହିଁ ଗୃହ ବିଭାଗ ପାଇଁ କଳଙ୍କ କହିଲେ ଭୁଲ ହେବନାହିଁ । ଦାଦାଙ୍କୁ ଛାଡି ଏହି ଅସାଧୁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

କଟକ-ଭୁବନେଶ୍ୱର କମିସନରେଟ ପୋଲିସ ଏରିୟାରେ ଆଉ ଦାଦାଗିରି ଚଳିବ ନାହିଁ । ଲୋକେ ଭୟ କରିବା ଦରକାର ନାହିଁ । ପୋଲିସ ଉପରେ ବିଶ୍ୱାସ ରଖନ୍ତୁ । ହେଲ୍ପଲାଇନ୍ ନଂ-୯୯୩୮୯୧୦୦୦୦ରେ ଫୋନକରି ଦାଦାବଟି ସମ୍ପର୍କରେ ସୂଚନା ଦିଅନ୍ତୁ । ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୋପନ ରହିବ, ଦାଦାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ହେଉଛି ଟ୍ୱିନ୍ ସିଟିବାସୀଙ୍କ ପାଇଁ ପୋଲିସର ଅଭୟବାଣୀ ।

ପରୋକ୍ଷରେ ପୋଲିସ ସ୍ୱୀକାର କରୁଛି ଦ୍ୱେତ ନଗରୀରେ ଦାଦାବଟି ଆଦାୟ ହେଉଛି । ଦାଦାମାନଙ୍କୁ ଭୟକରି ଲୋକମାନେ ବଟି ଦେଉଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ କଟକ-ଭୁବନେଶ୍ୱରକୁ ଛାଡିଦେଲେ ଅନ୍ୟ ପୋଲିସ ଜିଲ୍ଲାଗୁଡିକରେ ଦାଦାବଟି ଆଦାୟ ହେଉନଥିବା ପୋଲିସ ଏକ ପ୍ରକାର ସ୍ପଷ୍ଟ କରିଛି । ନହେଲେ ଅନ୍ୟ ପୋଲିସ ଜିଲ୍ଲାଗୁଡିକ ପାଇଁ ପୋଲିସ ପକ୍ଷରୁ ହେଲ୍ପଲାଇନ କାହିଁକି ଜାରି କରାଯାଉନି ।

କେବଳ କମିସନରେଟ୍ ପୋଲିସ ଅଞ୍ଚଳକୁ ଛାଡିଲା ପରେ ଅନ୍ୟସବୁ ଅଞ୍ଚଳରେ ଦାଦାମାନଙ୍କ ଦାଦାବଟି ଓ ଜୁଲୁମ୍ ଜାରି ରହିବ କି ? ତେବେ ଅନ୍ୟସବୁ ଅଞ୍ଚଳରେ କେବେ ଲାଗୁ ହେବ ‘ଦାଦାବଟିକୁ ନା’?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ