ସ୍ୱାସ୍ଥ୍ୟସେବା ଠାରୁ ଦୂରେଇ ଯାଉଛି ବନ୍ତ ଡାକ୍ତରଖାନା

ବନ୍ତ(ବଡ଼ ଖବର ବ୍ୟୁରୋ): ବନ୍ତ ଅଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଥଣ୍ଡା କାଶ ହେଲେ ପ୍ରାଥମିକ ଚିକିତ୍ସା ପାଇଁ ଲୋକେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ଷ ବର୍ଷ ଧରି ଡାକ୍ତର ପଦ ଖାଲି ପଡ଼ିଛି, ଆୟୁଷ ଡାକ୍ତରଙ୍କ ସହ ଫାର୍ମାସିଷ୍ଟଙ୍କ ଦ୍ଵାରା ଏଠାରେ କାର୍ୟ୍ୟ ସମ୍ପାଦିତ ହେଉଛି । ସାମାନ୍ୟ ଜ୍ଵର ହେଲେ ଭଦ୍ରକ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀମାନେ ।

ଏହି ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ହୋଇଯାଇଛି । କିଛି ବର୍ଷ ବିତିଯାଇଥିଲେ ମଧ୍ୟ କେବେ ଏହାର ଶୁଭାରମ୍ଭ ହେବ ସୂଚନା ମିଳୁନି। ରୋଗୀସେବା ଚାଲିଛି ସେଇ ପୁରୁଣା ପରିତ୍ୟକ୍ତ ସଙ୍କୁଚିତ କଳେବର ମଧ୍ୟରେ। ଡାକ୍ତରଖାନାରେ ଘର ଅଭାବ ସାଙ୍ଗକୁ ଡାକ୍ତରଙ୍କ ଅଭାବ ରୋଗୀସେବାରେ ସାଜିଛି ପ୍ରତିବନ୍ଧକ। ଏଠାରେ ଦୁଇଜଣ ଏଲୋପ୍ୟାଥିକ୍ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଚିକିତ୍ସା ଚାଲୁଛି କେବଳ ଫାର୍ମାସିଷ୍ଟ ଓ ନର୍ସଙ୍କ ଦ୍ଵାରା।

ରାଜନୈତକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତାରୁ ଏ ପର୍ୟ୍ୟନ୍ତ ଏଠାରେ ରୋଗୀଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୨ରୁ ଉଦ୍ଧ୍ୱର୍ ପଞ୍ଚାୟତ ସହ ପ୍ରାୟ ୫୦ ହଜାର ଲୋକ ଏହା ନିର୍ଭର କରନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏହି ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି, ଆବଶ୍ୟକ ଔଷଧ ଯୋଗାଇ ଦେବା ପାଇଁ ସର୍ବସାଧରଣରେ ଦାବୀ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ