Masthead

ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ମ୍ୟାଚ । ଆଜି ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ । ଧର୍ମଶାଳାରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ ।   ଧର୍ମଶାଳା ଷ୍ଟାଡିୟମରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । କାରଣ ଏଠାରେ ଖେଳାଯାଇଥିବା ବିଶ୍ୱକପର ତିନିଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ଲାଭ କରିଛି । ସନ୍ଧ୍ୟା ବେଳେ ବୋଲରଙ୍କୁ ଅଧିକ ସୁଇଙ୍ଗ୍ ମିଳୁଛି । ଭାରତୀୟ ଟିମରେ ବ୍ୟାଟିଂରେ ସେପରି କୌଣସି ପରିବର୍ତ୍ତନ ହୋଇନପାରେ ।

କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅବା ଇସାନ କିଶାନଙ୍କୁ ସୁଯୋଗ ମିଳିପାରେ । ସୂର୍ଯ୍ୟକୁମାର ଖେଳିବା ନେଇ ପୂର୍ବରୂ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସୂଚନା ଦେଇସାରିଥିଲେ । କିନ୍ତୁ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି ।

ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟର ଆହତ ହୋଇଛନ୍ତି । ଥ୍ରୋ ଡାଉନ ଅଭ୍ୟାସ କରୁଥିବା ବେଳେ ସୂର୍ଯ୍ୟକୁମାରଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଡ୍ରେସିଂ ରୁମ ନିଆଯାଇଥିଲା । ସେହିପରି ଇଶାନ ଅଭ୍ୟାସ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଶୀକାର ହୋଇଛନ୍ତି । ଇଶାନଙ୍କ ବେକ ପଛପଟେ ମହୁମାଛି କାମୁଡି ଦେବାକୁ ସେ ବ୍ୟାଟ ଫୋପାଡି ଚାଲି ଯାଇଥିଲେ । ସେପଟେ ବୋଲିଂରେ ଆଜି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ