Masthead

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡର ତୃତୀୟ ସ୍ଥାନରେ ରୋହିତ ଶର୍ମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ରେ ଭାରତ ତାର ପଞ୍ଚମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଏକ ନୂଆ ରେକର୍ଡ କରିଛନ୍ତି ହିଟମ୍ୟାନ । ବିଶ୍ବକପ ମ୍ୟାଚ ଚାଲିଥିବାବେଳେ ନୂଆ ରେକର୍ଡ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ଛକା ମାରିବାରେ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ଏହା ସହିତ ରୋହିତ ୨୦୨୩ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୫୧ଟି ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି । ରୋହିତ ଶର୍ମା ୨୧ଟି ମ୍ୟାଚ୍‌ ଖେଳି ୫୦ ଛକା ଅତିକ୍ରମ କରିଥିଲେ । ଦିନିକିଆରେ ରୋହିତ ଶର୍ମାଙ୍କ ଛକା ସଂଖ୍ୟା ୫୩ ରହିଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଏଭି ଡି ଭିଲର୍ସଙ୍କ ନାମରେ ରହିଛି । ସେ ୨୦୧୫ ମସିହାରେ ୨୦ ଦିନିକିଆ ଖେଳି ୫୮ଟି ଛକା ମାରିଥିଲେ ।

ସେହିପରି କ୍ରିସ୍‌ ଗେଲ ୨୦୧୯ରେ ୧୭ଟି ଦିନିକିଆ ଖେଳି ୫୬ଟି ଛକା ମାରିଥିଲେ । ତୃତୀୟ ସ୍ଥାନରେ ସାହିଦ ଆଫ୍ରିଦ ରହିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ ଶର୍ମା । ଏହି ମ୍ୟାଚରେ ୫୩ ଛକା ସହିତ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ଧର୍ମଶାଳାରେ କୋହଲିଙ୍କ ଦମଦାର ଇନିଂସ ଫଳରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା