Masthead

ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ କରିଛି । ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ଦେଇଛନ୍ତି । ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିକୁ ବ୍ୟବହାର କରାଯାଉଛି ବୋଲି ଅଶୋକ ଗେହଲଟ ଅଭିଯୋଗ କହିଛନ୍ତି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡି ଅଫିସରେ ହାଜର ହେବାକୁ ବୈଭବଙ୍କୁ କୁହାଯାଇଛି ।

ବୈଦେଶିକ ମୁଦ୍ରା ଉଲ୍ଲଂଘନ ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ପୁଅକୁ ଇଡ଼ି ସମନ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ ଗତକାଲି ୨ଟି ଗ୍ୟାରେଣ୍ଟି ଘୋଷଣା କରିଛି ।

ଏହାକୁ ନଜରରେ ରଖି ବିଜେପି ସରକାର କଂଗ୍ରେସ ପଛରେ ଇଡି ଲଗେଇ ଦେଇଛି । ବିଜେପି ଚାହୁଁଛି କି ରାଜସ୍ଥାନରେ ମହିଳାମାନଙ୍କର ଉନ୍ନତି ନହେଉ । ଇଡିର ନୋଟିସକୁ ନେଇ ଗେହଲଟ କହିଛନ୍ତି କି, ସଂପୃକ୍ତ ମାମଲାରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧୧୨ଥର ଯାଂଚ କରାଯାଇଛି । ହେଲେ ଏହି ମାମଲାରେ କିଛି ବି ପ୍ରମାଣ ମିଳିନାହିଁ । ଇଡିର ଏଭଳି ନୋଟିସକୁ ନେଇ ଆମେ ଭୟଭୀତ ନୁହେଁ । ଆମେ ଆସନ୍ତା କାଲି ପୁଣି ରାଜ୍ୟରେ ୫ଟି ଗ୍ୟାରେଣ୍ଟି ଘୋଷଣା କରିବାକୁ ଯାଉଛୁ ବୋଲି ଗେହଲଟ୍ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ