Masthead

କୁମାର ପୂର୍ଣ୍ଣିମାରେ ଗ୍ରହଣ,କେତେବେଳେ ହେବ ଚାନ୍ଦ ପୂଜା? କ’ଣ କହୁଛନ୍ତି ପାଞ୍ଜି ଗଣନାକାର?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାତି ପାହିଲେ କୁମାର ପୂର୍ଣ୍ଣିମା । ଏଥର ପୂର୍ଣ୍ଣିମାରେ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । କୁମାରୀମାନେ କେତେ ବେଳେ ଟେକିବେ ଆଞ୍ଜୁଳା? କେତେ ବେଳେ ଚାନ୍ଦ ପୂଜା କରିବେ ସେନେଇ ଦ୍ୱନ୍ଦ୍ୱ ରହିଛି । ତେବେ ଏନେଇ ପାଂଜି ଗଣନାକାର ସ୍ପଷ୍ଟ କରିଛନ୍ତି । ଅପରାହ୍ଣ ୪ଟା ୪ମିନିଟ ୫୫ ସେକେଣ୍ଡରେ କରାଯିବ ପାକତ୍ୟାଗ । ଅପରାହ୍ଣ ୪ଟା ୪ମିନିଟ ୫୫ ପୂର୍ବରୁ ହେବ ଚନ୍ଦ୍ରପୂଜା । ଗ୍ରହଣର ୯ ଘଂଟା ପୂର୍ବରୁ ହାଣ୍ଡିଛାଡ଼ କରାଯିବ । ରାତି ୧ଟା ୪ମିନିଟ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ତେବେ ଗ୍ରହଣ ଅବଧି ୧ଘଂଟା ୧୯ ମିନିଟ୍ ୭ ସେକେଣ୍ଡ ରହିଛି । ସେପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

ଅପରାହ୍ଣ ୪ଟା ୪ମିନିଟ ୫୫ ସେକେଣ୍ଡରେ ପାକତ୍ୟାଗ
ଅପରାହ୍ଣ ୪ଟା ୪ମିନିଟ ୫୫ ପୂର୍ବରୁ ହେବ ଚନ୍ଦ୍ରପୂଜା
ଗ୍ରହଣର ୯ ଘଂଟା ପୂର୍ବରୁ ହାଣ୍ଡିଛାଡ଼
ରାତି ୧ଟା ୪ମିନିଟ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ
ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ
ଗ୍ରହଣ ଅବଧି ୧ଘଂଟା ୧୯ ମିନିଟ୍ ୭ ସେକେଣ୍ଡ

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ