Masthead

ଆଜି ଭାରତ-ଇଂଲଣ୍ଡ ଟକ୍କର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଇଂଲଣ୍ଡ ଟକ୍କର । ଲକ୍ଷ୍ନୌରେ ମୁହାଁମୁହିଁ ହେବେ ଦୁଇ ଦଳ । ଆଜିର ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଇଂଲଣ୍ଡ ଚଳିତ ବିଶ୍ୱକପରେ ସବୁଠୁ ଖରାପ ପଦର୍ଶନ ଜାରି ରଖିଛି । କିନ୍ତୁ ଦଳରେ ଭଲ ଖେଳାଳି ରହିଥିବାରୁ କୌଣସି ସମୟରେ ଇଂଲଣ୍ଡ ଫର୍ମକୁ ଫେରିବାର ଆଶଙ୍କା ରହିଛି ।

ତେଣୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଭାରତ । ସେପଟେ ମ୍ୟାଚ୍‌ ଜିତି କମ୍‌ ବ୍ୟାକ୍‌ କରିବାକୁ ଚେଷ୍ଟା କରିବ ଇଂଲଣ୍ଡ । ଏହାରି ଭିତରେ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଇଂଲଣ୍ଡ ମ୍ୟାଚ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା