Masthead

ମହାବାତ୍ୟାକୁ ୨୪ ବର୍ଷ, ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଥରିଉଠେ ଛାତି

ପାରାଦୀପ (ବଡ଼ ଖବର ବ୍ୟୁରୋ): ୧୯୯୯ ପ୍ରଳୟଙ୍କାରି ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । ପ୍ରଳୟଙ୍କାରି ମହାବାତ୍ୟା ଉଜାଡି ଦେଇଥିଲା ଅନେକ ଧନ , ଜୀବନ । କିଏ ବାପା , ମା ଛେଉଣ୍ଡ ହେଲା ତ କିଏ ବିଧବା ହେଲା । ଏବେ ବି ବାତ୍ୟା ସଂପର୍କରେ ସୂଚନା ମିଳିଲେ ସେ ଦିନର ଅନୁଭୁତି ମନେ ପଡିଯାଏ । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନ । ଘଂଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ ।

୩୦ ଘଂଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।ମହାବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ପାରାଦୀପର ଷଣ୍ଢକୁଦ ବସ୍ତି ଓ ଚନକଣ ଗାଁ । ଏହି ବସ୍ତି ଓ ଗାଁରେ ରୁହନ୍ତି ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ । ସମୁଦ୍ର କୂଳରୁ ମାତ୍ର ୫୦୦ ମିଟର ଦୂରରେ ଏହି ବସ୍ତି ରହିଥିବାରୁ ବାତ୍ୟା ଆସିଲେ ସବୁବେଳେ ବସ୍ତିବାସିନ୍ଦା ଭୟଭିତ ହୋଇ ପଡନ୍ତି । ୧୯୯୯ ମହାବାତ୍ୟାରେ ଏହି ବସ୍ତିର ଅନେକ ଲୋକ ସମୁଦ୍ର ଢେ଼ଉରେ ଭାସିଯାଇଥିଲେ । ଏପରିକି ଅନେକ ଘର ମଧ୍ୟସମୁଦ୍ର ଗର୍ଭରେ ଲିନ ହୋଇଯାଇଥିଲା । କେହି କେହି ଉଚା ଢିପରେ ରହି ତ ଆଉ କିଏ ଗଛକୁ ଧରି ନିଜ ଜୀବନ ବଂଚାଇ ପାରିଥିଲେ । ସେଦିନର ସେହି ଘଟଣାକୁ ଆଜି ୨୪ ବର୍ଷ ବିତିଥିଲେ ମଧ୍ୟ ଏବେ ବି ସେହି ଘଟଣା ମନକୁ ଆନ୍ଦୋଳିତ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ