Masthead

ନିର୍ବାଚନ ପୂର୍ବରୁ ଇଡି ସ୍କାନରରେ ଭୂପେଶ ବାଘେଲ

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ ବାଘେଲ । ବେଟିଂ ଆପରୁ ନେଇଛନ୍ତି ୫୦୮ କୋଟି ଟଙ୍କା । ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ମହାଦେବ ବେଟିଂ ଆପ୍ ମାମଲାରେ ସେ ଇଡି ନଜରକୁ ଆସିଛନ୍ତି। ଇଡିର ସୂଚନା ଅନୁସାରେ, ଜଣେ ବ୍ୟକ୍ତିକୁ ୫ କୋଟି ଟଙ୍କା ସହିତ କିଛି ଦିନ ତଳେ ଗିରଫ କରାଯାଇଥିଲା। ସେହି ବ୍ୟକ୍ତିର କହିବା ଅନୁସାରେ ବଘେଲଙ୍କୁ ମହାଦେବ ବେଟିଂ ଆପ୍‌ର ପ୍ରମୋଟର ୫୦୮ କୋଟି ଟଙ୍କା ଦେଇଛନ୍ତି। ତା’ପାଖରୁ ଜବତ ହୋଇଥିବା ୫ କୋଟି ଟଙ୍କା ମଧ୍ୟ ବଘେଲ ନାମକ ଜଣେ ବ୍ୟକ୍ତିଙ୍କୁ ଦେବାର ଥିଲା। ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ବୋଲି ସେହି ବ୍ୟକ୍ତି ଜଣକ କହିଛି। ଗୁରୁବାର ଭିଲାଇରେ ସେହି ବ୍ୟକ୍ତିକୁ ଧରିଥିଲା ଇଡି। ସେ ୟୁଏଇରୁ ଆସିଥିବା ଜଣାପଡ଼ିଛି। ମହାଦେବ ବେଟିଂ ଆପ କୋଟି କୋଟି ଟଙ୍କା ଠକେଇ କରିଥିବା ବେଳେ ଇଡି ଏହାର ତଦନ୍ତ କରୁଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ୪୫୦ କୋଟି ଟଙ୍କା ଜବତ କରିଛି। ସେହିପରି ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ