Masthead

ଘରୋଇ କମ୍ପାନୀର ଦାଦାଗିରି, ଡ୍ରାଇଭରଙ୍କୁ ନିସ୍ତୁକ ପିଟିଲେ

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ): ଅଧିକ ଟ୍ରିପ ନ କରିବାରୁ ଡ୍ରାଇଭରକୁ ନିସ୍ତୁକ ମାଡ଼ । ଭିଡ଼ିଓ ହେଲା ଭାଇରଲ । ଝାରସୁଗୁଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରୁ ଘରୋଇ କମ୍ପାନୀ ମାନଙ୍କର ଦାଦାଗିରି ସାମ୍ନାକୁ ଆସିଛି । ଶୁକ୍ରବାର ଦିନର ଏହି ଘଟଣା ଅଧିକ ଟ୍ରିପ କରି ନ ପାରିବାରୁ କମ୍ପାନୀ ମ୍ୟାନେଜର ନୃଶଂସ ଭାବେ ଡ୍ରାଇଭରକୁ ଲାଠିରେ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ରାତିରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ସମ୍ପୃକ୍ତ ମାଡ଼ ଖାଇଥିବା ଡ୍ରାଇଭରକୁ ମେଡିକାଲକୁ ନେଇ ଚିକିତ୍ସା କରିବା ସହିତ ବଡ଼ମାଲ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ଉତ୍ତରପ୍ରଦେଶ ଡ୍ରାଇଭର ମହାସଂଘ, ଝାରଖଣ୍ଡ ଡ୍ରାଇଭର ମହସଙ୍ଗ ଓ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ଏହାର ତୀବ୍ର ନିନ୍ଦା କରିବା ସହ ଉଚିତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ଅନ୍ୟ ପଟେ ଆଜି ଘରୋଇ କମ୍ପାନୀକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଝାରସୁଗୁଡା ଡ୍ରାଇଭର ମହାସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ