ମାଥ୍ୟୁସଙ୍କ ଆଉଟକୁ ନେଇ ବିତର୍କ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉଟ୍‌ ହେବା ପରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ସମଗ୍ର ବାଂଲାଦେଶ ଦଳ ଉପରେ ବର୍ଷିଛନ୍ତି। ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବରୁ ସେ ବାଂଲାଦେଶ ଏବଂ ଶାକିବଙ୍କୁ ବହୁତ ସମ୍ମାନ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ତାହା କରିପାରିବେ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ କାର୍ୟ୍ୟ ଏବଂ ମୋତେ ଲାଗୁନାହିଁ କୌଣସି ଦଳ ଏମିତି କରିଥାନ୍ତା। ତେବେ ମ୍ୟାଚ ପରେ ଅନେକ ଲୋକ ସାକିବଙ୍କ ଅପିଲକୁ ଅନସ୍ପୋର୍ଟସମ୍ୟାନ ବୋଲି ଯୁକ୍ତି ବାଢିଛନ୍ତି। ତେବେ ବାଂଲାଦେଶ ଖେଳାଳି ସାକିବ୍ ନିଜ କାମକୁ ସମର୍ଥନ କରି କହିଛନ୍ତି ଯେ ସେ କେବଳ ଖେଳର ନିୟମକୁ ପାଳନ କରୁଛନ୍ତି।

ଗତକାଲି ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି ଏଭଳି କିଛି ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇଥିଲେ । ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଥିଲେ ଫିଲଡ୍ ଅମ୍ପାୟର । ମାଥ୍ୟୁସ ବିଳମ୍ବରେ ପହଞ୍ଚିବାର କାରଣ କହିଥିଲେ । ମାତ୍ର ଅମ୍ପାୟାର ଏହାକୁ ଶୁଣି ନଥିଲେ । ସେପଟେ ବାଂଲାଦେଶ ମଧ୍ୟ ଏହି ଆଉଟକୁ ଫେରାଇ ନଥିଲା । ଫଳରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ସହ ମାଥ୍ୟୁସ ଯୁକ୍ତି କରିଥିଲେ ସୁଦ୍ଧା ଶୁଣିନଥିଲେ । ଶେଷରେ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!