Masthead

ପୁରୀ ରାସ୍ତା ନିର୍ମାଣ ଦୁର୍ନୀତି ବିରୋଧରେ ଆମ୍ ଆଦମୀ ପାର୍ଟିର ଆନ୍ଦୋଳନ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ରାସ୍ତା ନିର୍ମାଣ ଦୁର୍ନୀତି ବିରୋଧରେ ନବକଳେବର ରାସ୍ତାରେ ଆମ୍ ଆଦ୍ମୀ ପାର୍ଟିର ଆନ୍ଦୋଳନ । ପୁରୀ ସହରରେ ଫେବର ବ୍ଲକ୍ ଦୁର୍ନୀତି ବିରୁଧରେ ପୂର୍ବରୁ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲା ଆପ । କେବଳ ମିଛ ପ୍ରତିଶ୍ରୁତି ଦେଇ ପୁରୀବାସୀଙ୍କୁ ଆଜିପର୍ୟ୍ୟନ୍ତ ଜିଲ୍ଲାପାଳ ଠକିଛନ୍ତି ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି। ଚକ୍ରତୀର୍ଥ ରାସ୍ତା ଯେତେବେଳେ ହଟାତ୍ ଭୁଶୁଡି ପଡ଼ିଲା ସେତେବେଳେ ଜିଲ୍ଲାପାଳଙ୍କ ଉତ୍ତର ଥିଲା ସ୍ୱେରେଜ ପାଇଁ ରାସ୍ତା ଏପରି ହେଇଛି ।

ନବକଳେବରେ ରାସ୍ତା ନିର୍ମାଣ ବର୍ଷେ ନପୂରୁନୁ ଖରାପ ହେବା ପରେ ସମ୍ପୂର୍ଣ୍ଣ ବିପଦରେ ଯାତାୟାତ କରୁଛନ୍ତି ପୁରୀବାସୀ । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ହେବ ନବକଳେବର ରାସ୍ତା ହଉ କି ଚକ୍ରତୀର୍ଥ ରାସ୍ତା ହଉ କାହିଁକି ସ୍ଥାୟୀ ମରାମତି ହେଉନାହିଁ ବୋଲି ପ୍ରଶ୍ନ କରିଛି ଆପ । ଦୁର୍ନୀତି ଖୋର୍ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କେବେ କାର୍ୟ୍ୟାନୁଷ୍ଠାନ ନେବେ ତାହା ଉପରେ ନଜର । ଯଦି ପୁରୀର ସବୁ ରାସ୍ତା ସ୍ଥାୟୀ ମରାମତି ଏବଂ ସବୁ ସ୍ୱରେଜ୍ ରାସ୍ତାର ତଦାରଖ କରି ପଦକ୍ଷେପ ନନେବେ ତେବେ ଆଗକୁ ଏହି ଆନ୍ଦୋଳନ ଜୋରଦାର କରିବ ଆମ ଆଦମୀ ପାର୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା