Masthead

ପୁରୀ ରାସ୍ତା ନିର୍ମାଣ ଦୁର୍ନୀତି ବିରୋଧରେ ଆମ୍ ଆଦମୀ ପାର୍ଟିର ଆନ୍ଦୋଳନ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ରାସ୍ତା ନିର୍ମାଣ ଦୁର୍ନୀତି ବିରୋଧରେ ନବକଳେବର ରାସ୍ତାରେ ଆମ୍ ଆଦ୍ମୀ ପାର୍ଟିର ଆନ୍ଦୋଳନ । ପୁରୀ ସହରରେ ଫେବର ବ୍ଲକ୍ ଦୁର୍ନୀତି ବିରୁଧରେ ପୂର୍ବରୁ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲା ଆପ । କେବଳ ମିଛ ପ୍ରତିଶ୍ରୁତି ଦେଇ ପୁରୀବାସୀଙ୍କୁ ଆଜିପର୍ୟ୍ୟନ୍ତ ଜିଲ୍ଲାପାଳ ଠକିଛନ୍ତି ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି। ଚକ୍ରତୀର୍ଥ ରାସ୍ତା ଯେତେବେଳେ ହଟାତ୍ ଭୁଶୁଡି ପଡ଼ିଲା ସେତେବେଳେ ଜିଲ୍ଲାପାଳଙ୍କ ଉତ୍ତର ଥିଲା ସ୍ୱେରେଜ ପାଇଁ ରାସ୍ତା ଏପରି ହେଇଛି ।

ନବକଳେବରେ ରାସ୍ତା ନିର୍ମାଣ ବର୍ଷେ ନପୂରୁନୁ ଖରାପ ହେବା ପରେ ସମ୍ପୂର୍ଣ୍ଣ ବିପଦରେ ଯାତାୟାତ କରୁଛନ୍ତି ପୁରୀବାସୀ । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ହେବ ନବକଳେବର ରାସ୍ତା ହଉ କି ଚକ୍ରତୀର୍ଥ ରାସ୍ତା ହଉ କାହିଁକି ସ୍ଥାୟୀ ମରାମତି ହେଉନାହିଁ ବୋଲି ପ୍ରଶ୍ନ କରିଛି ଆପ । ଦୁର୍ନୀତି ଖୋର୍ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କେବେ କାର୍ୟ୍ୟାନୁଷ୍ଠାନ ନେବେ ତାହା ଉପରେ ନଜର । ଯଦି ପୁରୀର ସବୁ ରାସ୍ତା ସ୍ଥାୟୀ ମରାମତି ଏବଂ ସବୁ ସ୍ୱରେଜ୍ ରାସ୍ତାର ତଦାରଖ କରି ପଦକ୍ଷେପ ନନେବେ ତେବେ ଆଗକୁ ଏହି ଆନ୍ଦୋଳନ ଜୋରଦାର କରିବ ଆମ ଆଦମୀ ପାର୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ