Masthead

(ଭିଡିଓ)କିଏ ଏହି ଜିତୁ ଖଣ୍ଡେଲୱାଲ, ଯିଏ ଓଡ଼ିଆ ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ କରୁଛି କଣ୍ଟ୍ରୋଲ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଲିଉଡରେ ଯେଉଁ ବିବାଦ ଚାଲିଛି ଏହି ବିବାଦ ଭିତରେ ଆପଣ ବାରମ୍ବାର ଗୋଟେ ନାଁ ଶୁଣିଥିବେ । ନାଁ ଟି ହେଉଛି ଜିତେନ୍ଦ୍ର ଖଣ୍ଡେଲୱାଲ ଓରଫ ଜିତୁ ଖଣ୍ଡେଲୱାଲ । ମନୋଜ ମିଶ୍ର ବି ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି ସନଲିସା ବି ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି । ଏମାନେ କାହିଁକି ବାରମ୍ବାର ଜିତୁ ଖଣ୍ଡେଲୱାଲଙ୍କ ନାଁ ଉଠାଉଛନ୍ତି । କିଏ ଏହି ଜିତୁ ଖଣ୍ଡେଲୱାଲ । ଏ ଓଲିଉଡ କଳି ଭିତରେ ତାଙ୍କର ଭୂମିକା କଣ । କେଁ ଟା ଖୋଜିବା ପାଇଁ ଚାହିଁଥିଲା ବଡ଼ ଖବର । ଜିତୁ ଖଣ୍ଡେଲୱାଲଙ୍କ ସହିତ ଆମେ ଅନେକ ଥର ଯୋଗା ଯୋଗ କଲୁ ଅନେକ ଥର ଚେଷ୍ଟା କଲୁ ତାଙ୍କ ସହିତ କଥା ହେବା ପାଇଁ ଜିତୁ ଖଣ୍ଡେଲୱାଲ ସବୁଥର କିଛି ନା କିଛି କାରଣ ଦର୍ଶାଇ ବଡ଼ ଖବରକୁ ଭେଟିବା ପାଇଁ ମନାକଲେ । ଥରେ ନୁହେଁ ୨ ଥର ନୁହେଁ ବାରମ୍ବାର ଆମେ ତାଙ୍କ ପାଖରେ ପହଂଚିବା ପାଇଁ ଚାହିଁଛୁ । ବାରମ୍ବାର ବିଭିନ୍ନ ସମୟରେ ପହଂଚିବା ପାଇଁ ଚାହିଁଛୁ । ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଚାହିଁଛୁ । କିନ୍ତୁ ସେ ବଡ଼ ଖବରକୁ ଆଭୋଏଡ କଲା ଭଳି ଅନୁଭବ ହୋଇଛି ।

ଆମେ ଆପଣଙ୍କ ଆଗରେ ଜିତୁ ଖଣ୍ଡେଲୱାଲଙ୍କ ସମ୍ପର୍କରେ ଯାହା ତଥ୍ୟ ସଂଗ୍ରହ କରିଛୁ ତାହା ଉପସ୍ଥାପିତ କରିବା ପାଇଁ ଚାହୁଁଛୁ । ବଡ଼ ଖବରର ଅନୁସନ୍ଧାନରୁ ଜଣାପଡିଲା ଜିତୁ ଖଣ୍ଡେଲୱାଲ ହେଉଛି ସେହି ଲୋକ ଯିଏ ଓଡ଼ିଶାର ଅଧିକାଂଶ ପ୍ରେକ୍ଷାଳୟରେ କେଉଁ ଫିଲ୍ମ ଲାଗିବ ତାର ନିଷ୍ପତ୍ତି ନେଉଥିବା ଏକ କ୍ଷମତାଶାଳୀ ଡିଷ୍ଟ୍ରିବ୍ୟୁଟର । ଯାହାକୁ ଆପଣ କହିପାରିବେ ଓଡ଼ିଶାର ଡିଷ୍ଟ୍ରିବ୍ୟୁସନ ସିଷ୍ଟମର ରିଙ୍ଗ ମାଷ୍ଟର । ଜିତୁ ଖଣ୍ଡେଲୱାଲ ଜଣେ ଅଣ ଓଡ଼ିଆ ବ୍ୟକ୍ତି । କିନ୍ତୁ ଓଡ଼ିଶାରେ ଯେଉଁ ଚଳଚ୍ଚିତ୍ର ବି ରିଲିଜ ହୁଏ ସେମାନେ ପହଂଚନ୍ତି ଜିତୁ ଖଣ୍ଡେଲୱାଲଙ୍କ ପାଖରେ । କେଉଁ ଫିଲ୍ମ କେଉଁ ହଲରେ ଲାଗିବ, କେତେ ଦିନ ଲାଗିବ, କେଉଁ ସମୟରେ ଲାଗିବ ଏବଂ କେଉଁ ଶୋ ପାଇବ ଏ ସବୁ ନିର୍ଭର କରେ ଜିତୁ ଖଣ୍ଡେଲୱାଲଙ୍କ ମର୍ଜି ଉପରେ ।

ପୂରା ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼