Masthead

ଦଳାଚକଟାରେ ୧୫ ମୃତ

ନାଙ୍ଗରହାର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ପାକିସ୍ତାନ ଯିବା ପାଇଁ ଭିସା ପାଇବାକୁ ବୁଧବାର ହଜାର ହଜାର ଆଫଗାନିସ୍ତାନ ନାଗରିକ ଏକ ଷ୍ଟାଡିୟମରେ ମିଳିତ ହୋଇଥିଲେ । ଭିସା ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । ପ୍ରବଳ ଠେଲାପେଲା ହୋଇଥିଲା । ଏଡି ସମୟରେ କିଛି ଲୋକ ତଳେ ପଡିଯାଇଥିଲେ । ଦଳାଚକଟାରେ ଶ୍ୱାସରୁଦ୍ଧ ହୋଇ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୧୧ଜଣ ମହିଳା ଅଛନ୍ତି ।
ରାଜ୍ୟପାଳ ଅତୁଲ୍ଲା ଖୋଗାନି କହିଛନ୍ତି ଯେ ଭିସା ପାଇବା ପାଇଁ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗଗିତା ହିଁ ୧୫ଜଣଙ୍କ ମୃତ୍ୟୁର କାରଣ ହେଲା । ସେ କହିଛନ୍ତି ଯେ ମୃତ ମହିଳାଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ।
ବୁଧବାର ଅନ୍ୟ ଏକ ଘଟଣାରେ ଉତ୍ତର ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ୩୪ ଆଫଗାନିସ୍ତାନ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୮ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ତାଖର ପ୍ରଦେଶର ମୁଖ୍ୟ ଡାକ୍ତରଖାନାର ନିର୍ଦ୍ଦେଶକ ରହିମ ବାଖୀଶ ଡାନିଶ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..