ଦେଶରେ ୧୨୦ ପାର କଲା ପେଟ୍ରୋଲ ଦର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ପେଟ୍ରୋଲ ଓ ଡିଜେଲ ଦର । କ୍ରମାଗତ ଭାବେ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳଦର ବୃଦ୍ଧି ପାଇବା ଫଳରେ ଘରୋଇ ବଜାରରେ ଏହାର ପ୍ରଭାବ ପଡ଼ିଛି । ଶୁକ୍ରବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ାଇଛନ୍ତି । ଲଗାତାର ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ୧୨୦ରେ ପହଞ୍ଚିଛି । ଡିଜେଲ ୧୧୦ ଟଙ୍କାରେ ପହଞ୍ଚିଛି ।

ରାଜସ୍ଥାନର ଶ୍ରୀଗଙ୍ଗନଗରରେ ପେଟ୍ରୋଲ ୧୧୯.୦୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୯.୮୮ଟଙ୍କାରେ ପହଞ୍ଚିଛି । ଆଜି ଘରୋଇ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ପାଇଁ ନୂତନ ରେଟ୍ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଦର ପୁଣି ଥରେ ୩୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ମଧ୍ୟ ୩୫ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୧୦୬.୮୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୨.୭୮ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୩.୬୩ ଟଙ୍କାରେ ବିକ୍ରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!