Masthead

ମାନିଲେନି ଫୁଟାଇଲେ, ଆଉ ଏବେ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାନିଲେନି ଦିଲ୍ଲୀବାସୀ । ଫୁଟାଇଲେ ବାଣ । ଆଉ ଏବେ ଦିଲ୍ଲୀର ପରିବେଷ ଧୂଆଁଧୂଆଁ । ଧୂଆଁ ନୁହେଁ ତ କୃତ୍ରିମ କୁହୁଡ଼ି । ତେବେ ପାଣ ଯୋଗୁଁ ଦିଲ୍ଲୀରେ ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା । ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ଫୁଟିଲା ବାଣ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବାଣ ଫୁଟୁଥିବା ଦେଖିବାକୁ ମିଳିଛି । ଫଳରେ ବାଣ ଧୂଆଁରେ କୃତ୍ରିମ କୁହୁଡିର ଭ୍ରମ ସୃଷ୍ଟି ହୋଇଥିଲା । ବାଣଧୂଆଁରେ ବିଭିନ୍ନ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଆହୁରି ନିମ୍ନସ୍ତରକୁ ଚାଲିଯାଇଛି ।

ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ବାଣ ଫୁଟାଇବା ଉପରେ ନଭେମ୍ବର ୭ରେ ସୁପ୍ରିମକୋର୍ଟ ବ୍ୟାନ ଲଗାଇଥିଲେ । ମାତ୍ର ଗତକାଲି ଅପରାହ୍ନ ୪ଟା ପରଠାରୁ ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଥିଲା । କିଛି ଦିନ ତଳେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..