Masthead

ଗାଜା ହସ୍ପିଟାଲରେ ଲୁଚି ରହିଛନ୍ତି ହମାସ ଆତଙ୍କବାଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲାଣି ତଥାପି ଥମୁନି ଯୁଦ୍ଧ । ଇସ୍ରାଏଲ୍- ହମାସ ଯୁଦ୍ଧ ମଧ୍ୟରେ ଗାଜାର ସର୍ବବୃହତ ହସପିଟାଲ ଠପ୍ ହୋଇଯାଇଛି। ବିଜୁଳି ଓ ପାଣି ବିନା ହସପିଟାଲରେ ଚିକିତ୍ସା ସମ୍ଭବ ହେଉନି। ଯୁଦ୍ଧ ମଧ୍ୟରେ ଶହ ଶହ ରୋଗୀ ଚିକିତ୍ସା ଅପେକ୍ଷାରେ ସେଠାରେ ଫସି ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୂଚନା ଦେଇଛି। ଗାଜାର ମୋଟ୍ ୩୬ଟି ହସପିଟାଲରୁ ୨୦ଟିରେ ଚିକିତ୍ସା ବ୍ୟବସ୍ଥା ଠପ୍ ରହିଛି। । ୩ହଜାରରୁ ଅଧିକ ରୋଗୀ, ହସପିଟାଲ କର୍ମଚାରୀ ଆବଶ୍ୟକ ଇନ୍ଧନ, ପାଣି ଓ ଖାଦ୍ୟ ଅଭାବରେ ରହିଛନ୍ତି । ବିଜୁଳି ସମସ୍ୟା ପାଇଁ ୨ଜଣ ନବଜାତ ପ୍ରାଣ ହରାଇଥିବା ବେଳେ ଅନେକ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଅଲ୍-ସିଫା ହସପିଟାଲରେ ହସ୍ପିଟାଲରେ ଲୁଚି ରହିଛନ୍ତି ହମାସ ଆତଙ୍କବାଦୀ । ଶିଶୁଙ୍କୁ ଚିକିତ୍ସା କରାଯାଉଥିବା ରାଣ୍ଟିସି ହସ୍ପିଟାଲରେ ଲୁଚି ରହିଛନ୍ତି ଆତଙ୍କବାଦୀ । ଏଭଳି ଦାବିକରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ, ଆଇଡିଏଫ । ହସପିଟାଲଗୁଡ଼ିକୁ ନିଜ ଅପରେସନ୍ ପାଇଁ ହମାସ ବ୍ୟବହାର କରୁଥିବା ଇସ୍ରାଇଲ୍ ସେନା ଅଭିଯୋଗ କରିଛି। ପଣବନ୍ଦୀଙ୍କୁ ମଧ୍ୟ ହସ୍ପିଟାଲ ବେସମେଣ୍ଟରେ ରଖାଯାଇଥିବା ଆଶଙ୍କା କରାଯାଉଛି । ଇସ୍ରାଏଲ ସେନାର ରେଡ୍ ବେଳେ ହସ୍ପିଟାଲରୁ ବିପୁଳ ବିସ୍ଫୋରକ ଜବତ କରାଯାଇଥିବା ସୂଚନା । ସେପଟେ ଆଇଡିଏଫର ଏଭଳି ଦାବି ପରେ ଉଦବେଗ ପ୍ରକାଶ କଲେ ଜୋ ବାଇଡେନ୍‌ । ହସ୍ପିଟାଲକୁ ସୁରକ୍ଷିତ ରଖିବା ପ୍ରଥମ ଦାୟିତ୍ୱ କହିଲେ ବାଇଡେନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା