Masthead

କାର୍ଡ ନପାଇ ଫେରିଗଲେ ଶ୍ରମିକ, ଅଭିଯୋଗ ଆଣିଲେ ସରପଞ୍ଚ

ଆଠମଲ୍ଲିକ(ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଧଉରାପାଲି କଲ୍ୟାଣ ମଣ୍ଡପ ନିକଟରେ ଶ୍ରମିକ ମାନଙ୍କୁ ଶ୍ରମିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ କାର୍ଡ ବଣ୍ଟନ କରିଥଲେ। କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ଶ୍ରମିକ ବିଭାଗର କର୍ମଚାରୀ ମାନେ ହାତ ଗଣତି ୧୫ଟି କାର୍ଡ ବଣ୍ଟନ କରିଥଲେ । କିନ୍ତୁ ସମୁଦାୟ ୨୨୪ଟି କାର୍ଡରୁ ୧୫ଟି କାର୍ଡ ବଣ୍ଟନ କରି ବଳକା କାର୍ଡ ସବୁ ଅଫିସରୁ ଆସି ନେଇଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ।

ତେବେ ଦୂର ଦୂରାନ୍ତରୁ ଆସିଥିବା ଲୋକେ କାର୍ଡ ନପାଇ ନିରାଶ ହୋଇ ଘରକୁ ଫେରି ଯାଇଥିଲେ । କାର୍ଡ ନଦେବା ପଛରେ ଏକ ବଡ଼ ରହସ୍ୟ ରହିଛି ବୋଲି ଧଉରାପାଲି ସରପଞ୍ଚ ସଞ୍ଜୀବ କୁମାର ସାହୁ ଅଭିଯୋଗ ଆଣିବା ସହ ରହସ୍ୟର ବଡ଼ ଖୁଲାସା କରିଛନ୍ତି। ପ୍ରତ୍ୟେକ କାର୍ଡ ପିଛା ୨୦୦୦ଟଙ୍କା ଦଲାଲ ମାନଙ୍କ ମାଧ୍ୟମରେ ଶ୍ରମିକ ବିଭାଗୀୟ ଅଧିକାରୀ ମାନେ ନେଉଛନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଶ୍ରମିକ ବିଭାଗ ଅଧିକାରିଣୀ ଇତିଶ୍ରୀ ର୍ଗାଗି ଏଡ଼ାଇ ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଦଲାଲ ମାନଙ୍କ ଚେର କେଉଁ ପର୍ୟ୍ୟନ୍ତ ଲମ୍ବିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି