Masthead

ନିର୍ଦ୍ଦୋଷଙ୍କ ପ୍ରାଣହାନୀ ଅତ୍ୟନ୍ତ ଦୁଃଖଦାୟକ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲରେ କରିଛି ପ୍ରବେଶ । ଅଲଶିଫାରେ ପଶିଛି ଆଇଡିଏଫ । କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଏବେ ଇସ୍ରାଏଲ ସେନା ହାତରେ ଲାଗିଛି ଆତଙ୍କୀ ସଂଗଠନର ସୁଡ଼ଙ୍ଗ ।

ସେପଟେ ଘଟଣାକୁ ବିରୋଧ କରିବା ସହ ନିନ୍ଦା କରିଛି ଭାରତ । ଯୁଦ୍ଧରେ ନାଗରିକଙ୍କ ହତ୍ୟା ଯୁଦ୍ଧ ଅପରାଧ ଅଟେ । ଏହା ନିନ୍ଦନୀୟ ଏହାକୁ ରୋକାଯିବା ଜରୁରୀ । ପଶ୍ଚିମ ଏସିଆର ଅସ୍ଥିରତା ସାରା ବିଶ୍ୱ ଉପରେ ନକରାତ୍ମ ପ୍ରଭାବ ପକାଉଛି । ଏକତା, ସହଯୋଗ ଓ ଆଲୋଚନା ଦ୍ୱାରା ନରସଂହାର ରୋକାଯିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁଦ୍ଧ ଭିତରେ ଯାଉଛି ନିରୀହ ନାଗରିକଙ୍କ ଜୀବନ । କିଛିଦିନ ତଳେ ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ସେୟାର କରିଛନ୍ତି । ଏହାକୁ ସେନାର ବଡ ଜିତ ବୋଲି କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା