Masthead

ବିଶ୍ୱକପ୍ ମହାଲଢ଼େଇରେ ମୁଖ୍ୟ ଅତିଥି ମୋଦି!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ ଆୟୋଜିତ ହେବ । ଏହି ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ହୋଇପାରନ୍ତି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନୀଜ ଓ ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମ୍ୟାଚ ଦେଖିବା ପାଇଁ ଭାରତକୁ ବିଶ୍ୱବିଜେତା କରାଇଥିବା ଦୁଇ ପୂର୍ବତନ ଅଧିନାୟକ- ମହେନ୍ଦ୍ର ସିଂହ ଧୋନି ଓ କପିଳ ଦେବଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଦିନିକିଆ ବିଶ୍ୱକପ୍ ୧୯୮୩ରେ ଚାମ୍ପିଅନ୍ ହୋଇଥିବା ବେଳେ ୨୦୧୧ରେ ଧୋନି ଭାରତକୁ ଦ୍ୱିତୀୟ ଥର ବିଶ୍ୱକପ୍ ଜିତାଇଥିଲେ । ଏହାଛଡ଼ା ଭାରତୀୟ ଖେଳାଳିଙ୍କ ପରିବାରର ସଦସ୍ୟ, ବିସିସିଆଇର ପଦାଧିକାରୀ, ଆଇସିସିର ବଡ଼ ଅଧିକାରୀ ଓ ବିଭିନ୍ନ ରାଜ୍ୟ ସଂଘର ସଦସ୍ୟ ମଧ୍ୟ ଫାଇନାଲ ଦେଖିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ରହିବେ । ଫାଇନାଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସୂର୍ଯ୍ୟ କିରଣ ଟିମ ଏୟାର ଶୋ’ ପ୍ରଦର୍ଶନ କରିବେ । ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାର ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚିଥିଲା । ଟିମ ଶୁକ୍ରବାର ଅଭ୍ୟାସ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି