Masthead

ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ରୋହିତଙ୍କ ରାଶିରେ ଚମକ..ଟ୍ରଫି ହାତେଇବ ଟିମ୍ ଇଣ୍ଡିଆ!

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଉ ଦିନକର ଅପେକ୍ଷା। ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ । ଏବେ ଠୁ ହେଲାଣି ଜନସମୁଦ୍ର । ସମସ୍ତଙ୍କ ହାର୍ଟବିଟ ହେଲାଣି ତେଜ । ଉତ୍କଣ୍ଠା ହାଇଲେଭଲରେ । ସମସ୍ତଙ୍କ ମନରେ ଗୋଟିଏ ଆଶା । ଭାରତ ହିଁ ଜିତିବ । ହଁ…ଭାରତ ହିଁ ଜିତିବ । ଆଉ ହାତେଇବ ବିଶ୍ୱକପ୍ ଟ୍ରଫି । କରିବ ରେକର୍ଡ । ଏହା କେବଳ କ୍ରିକେଟପ୍ରେମୀଙ୍କ ମନର ଉତ୍ସାହ ନୁହେଁ । ଏକଥା କଥା କହୁଛନ୍ତି ଜଣାଶୁଣା ବିଜ୍ଞ ଜ୍ୟୋତିର୍ବିଦ୍ । ହିଟ୍‌ମ୍ୟାନ୍ ରୋହିତଙ୍କ ଜାତକର ରାଶି ନକ୍ଷତ୍ର ଏବେ ଉଚ୍ଚସ୍ଥାନରେ ରହିଛି । ସାଥୀ ଖେଳାଳିଙ୍କ ଭାଗ୍ୟ ବି ଟାଣ ଅଛି ।

ଲଢ଼ୁଆ ଟିମ୍ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହେବ ବୋଲି ଜ୍ୟୋତିର୍ବିଦ ମତ ଦେଇଛନ୍ତି । ସେପଟେ ଅଗଣିତ କ୍ରିକେଟ୍ ପ୍ରେମୀ ବିଜୟ ପାଇଁ ବ୍ରତ ରଖୁଛନ୍ତି । ମନ୍ଦିରରେ ଏବଂ ପୂଜାପାଠ ଆରମ୍ଭ ହୋଇଯାଇଛି । ଆଉ ଜ୍ୟୋତିଷମାନେ ମଧ୍ୟ କ୍ରିକେଟପ୍ରେମୀଙ୍କ ପ୍ରଶ୍ନର ସମାଧାନ କରିବାରେ ଲାଗି ପଡ଼ିଛନ୍ତି । ଶୁକ୍ର ଗ୍ରହ ରହିଥିବାରୁ ବିଶ୍ଵକପ୍‌ରେ ଇଣ୍ଡିଆ ଟମର ଚମକ ଜାରି ରହିଛି। ମାତ୍ର ଅଷ୍ଟମରେ ମଙ୍ଗଳ ରହିଥିବାରୁ ଏଥର ଭାରତୀୟ ଦଳକୁ ସତର୍କ ରହିବାକୁ ପଡ଼ିବ । ଜ୍ୟୋତିଷ ଜଗନ୍ନାଥ ଗୁରୁଜୀଙ୍କ ଗଣନା ଅନୁଯାୟୀ ଭାରତ ବିଶ୍ୱକପ ଜିତିବ। ଅଷ୍ଟ୍ରେଲିଆ ଭାରତର ରାଶିରେ ଶକ୍ତିଶାଳୀ ସମନ୍ଵୟ ଘଟିଛି।

ସେ କହିଛନ୍ତି ଶୁଭମନ ଗିଲ୍, ବିରାଟ କୋହଲି ଶ୍ରେୟାସ ଆୟର, କେଏଲ ରାହୁଲ, ମହମ୍ମଦ ସାମି ଓ ଯଶପ୍ରୀତ ରାଶିରେ ୟୁରେନ୍ସ, ନେପଚ୍ୟୁନ ଓ ଶୁକ୍ର ଗ୍ରହ ଥିବାରୁ ବିଶ୍ୱକପରେ ସେମାନଙ୍କ ଚମକ ଜାରି ରହିବ । ମାତ୍ରାଧିକ ଆତ୍ମବିଶ୍ଵାସ ଦେଖାଇଲେ ଘାତକ ହୋଇପାରେ। ଅଷ୍ଟ୍ରେଲି÷ଆ ଅଧିନାୟକ ପ୍ୟାଟ କମିନ୍ସଙ୍କ ରାଶିରେ ଶକ୍ତିଶାଳୀ ଗ୍ରହଙ୍କ ସମନ୍ୱୟ ରହିଛି । ମାତ୍ର ରୋହିତଙ୍କ ରାଶି ତୁଳନାରେ ଉନ୍ନତ ନୁହେଁ। ଫାଇନାଲ୍ ମୁକାବିଲାରେ କମିନ୍ସଙ୍କ ନେତୃତ୍ବ ଶୈଳୀ ଶକ୍ତିଶାଳୀ ରହିବ। ମାତ୍ର ରୋହିତ ସବୁ ବିଭାଗରେ ତାଙ୍କୁ ଟପିଯିବେ। ଅଷ୍ଟ୍ରେଲିଆ ପକ୍ଷରୁ ର ଟ୍ରେଭିସ୍ ହେଉ, ଆଡାମ ଜାମ୍ପା, ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାନସ ଲାବୁସାନ ପ୍ରଭାବଶାଳୀ ପ୍ରଦର୍ଶନ କରି ଭାରତ ଉପରେ ପ୍ରବଳ ଚାପ ପକାଇବେ । ମଧ୍ୟ ଓଭର ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ। ଅଷ୍ଟ୍ରେଲିଆ କଡ଼ା ଟକ୍କର ଦେବ । ମାତ୍ର ରୋହିତ ସବୁ ହର୍ଡଲ୍ସ ପାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ