Masthead

ଜିତେଗା..ଜିତେଗା ..ଇଣ୍ଡିଆ ଜିତେଗା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ହାଇ ଭୋଲଟେଜ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପ୍ରତିଶୋଧ ନେଇପାରେ ଭାରତ । ସବୁଠି କ୍ରିକେଟ ଫିଭର । ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଲେଣି କ୍ରିକେଟ୍ ପ୍ରେମୀ । ଅହମ୍ମଦାବ ହେଲାଣି ଜନସମୁଦ୍ର । ଭାରତର ବିଜୟ ପାଇଁ ଦେଶବ୍ୟାପୀ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଜିତେଗା..ଜିତେଗା ..ଇଣ୍ଡିଆ ଜିତେଗା ।

ସେପଟେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମରେ ନୃତ୍ୟ, ଗୀତ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ