Masthead

ହୃଦୟ ଭାଙ୍ଗିଲା, ଅଷ୍ଟ୍ରେଲିଆ ଜିତିଲା

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ପୁଣି ଭାଙ୍ଗିଲା ବିଶ୍ବକପ୍‌ ଜିତିବା ସ୍ବପ୍ନ । ଚଳିତ ବିଶ୍ୱକପ୍‌ରେ ଭାରତର ଅପରାଜେୟ ଧାରା ହୋଇଛି ଚୁର୍‌ମାର୍‌ । ସର୍ବଶ୍ରେଷ୍ଠ ଭାରତୀୟ ଦଳଠାରୁ ଟ୍ରଫି ଛଡ଼ାଇନେଲେ କଙ୍ଗାରୁ ବ୍ୟାଟର । ଭାଙ୍ଗିଗଲା ଭାରତର ସ୍ବପ୍ନ । ଅଷ୍ଟ୍ରେଲିଆ ହେଲା ବିଶ୍ବ ଚାମ୍ପିଅନ । ଏହା ସହିତ ଦଳ ଷଷ୍ଠ ଥର ପାଇଁ ବିଶ୍ବକପ ଜିତି ରେକର୍ଡ କରିଛି । ଅହମ୍ମଦାବାଦରେ ବିଶ୍ବକପ ଫାଇନାଲରେ ୬ଓ୍ବିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୨୪୧ ରନର ଟାର୍ଗେଟକୁ ୪୩ ଓଭରରେ ଜିତିନେଇଥିଲା କଙ୍ଗାରୁ ଦଳ । ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ୨୦୧୧ ପରେ ବିଶ୍ବକପ ଜିତିବାର ସ୍ବପ୍ନକୁ ଭାଙ୍ଗିଦେଇଛି । ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ବିଶ୍ବକପ୍‌ ୨୦୨୩ରେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଅପରାଜିତ ଥିବା ଟିମ୍‌ ଇଣ୍ଡିଆକୁ ଫାଇନାଲ୍‌ରେ ମାତ୍‌ ଦେଲା ଅଷ୍ଟ୍ରେଲିଆ । ସମସ୍ତ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିବା ପରେ ଫାଇନାଲ୍‌ରେ ହାର ମାନିଲେ ଭାରତୀୟ ଖେଳାଳି । ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରିଥିଲା । ଜବାବରେ ଟ୍ରାବିସ ହେଡ୍‌ଙ୍କ ଦମଦାର ଶତକ ଓ ଲାବୁସାନେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଫାଇନାଲ୍‌ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ନେଇଛି । ଏହି ବିଜୟ ସହ ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ