Masthead

୫ ନିର୍ବାଚନୀ ରାଜ୍ୟରୁ ଜବତ ହେଲାଣି ୧୭୬୦ କୋଟି ଟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ନିର୍ବାଚନୀ ରାଜ୍ୟରୁ ଜବତ ହେଲାଣି ୧୭୬୦ କୋଟି ଟଙ୍କାର ସାମଗ୍ରୀ । ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ୧୭୬୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ବୋଲି ନିର୍ବାଚନ ଆୟୋଗ ସୋମବାର କହିଛନ୍ତି। ଏସମସ୍ତ ଜିନିଷ ଭୋଟରଙ୍କୁ ଆକର୍ଷିତ କରିବାକୁ ବଣ୍ଟାଯାଉଥିଲା । ୨୦୧୮ ବିଧାନସଭା ନିର୍ବାଚନ ସମୟରେ ଏହି ରାଜ୍ୟଗୁଡ଼ିକରେ ଜବତ ହୋଇଥିବା ରାଶିଠାରୁ ଏହା ୭ ଗୁଣ ଅଧିକ। ଗତ ନିର୍ବାଚନ ସମୟରେ ଏହି ସବୁ ରାଜ୍ୟରୁ ୨୩୯.୧୫ କୋଟି ଟଙ୍କା ଜବତ ହୋଇଥିଲା। ତେଲେଙ୍ଗାନାରେ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି। ଏଠାରୁ ୬୫୯.୨ କୋଟି ଟଙ୍କା ଜବତ ହୋଇଥିବା ବେଳେ ରାଜସ୍ଥାନରୁ ୬୫୦.୭ କୋଟି, ମଧ୍ୟପ୍ରଦେଶରୁ ୩୨୩.୭ କୋଟି, ଛତିଶଗଡ଼ରୁ ୭୬.୯ କୋଟି ଏବଂ ମିଜୋରାମରୁ ୪୯.୬ କୋଟି ଟଙ୍କା ଜବତ ହୋଇଛି।

ଏହା ପୂର୍ବରୁ ୬ଟି ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକରୁ ୧୪୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା, ଯାହା କି ପୂର୍ବ ବିଧାନସଭା ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ତୁଳନାରେ ୧୧ ଗୁଣ ଅଧିକ। ଗତ ସପ୍ତାହର ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ମଧ୍ୟପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୭୦ଟି ବିଧାନସଭା ଆସନରେ ଅପରାହ୍ଣ ୫ଟା ସୁଦ୍ଧା ୭୦.୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଛତିଶଗଡ଼ରେ ୭୪.୩୧ ପ୍ରତିଶତ ମତଦାନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି