Masthead

ସରକାରଙ୍କୁ ଏକ୍ସପୋଜ କରିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୟସ୍କଙ୍କୁ ମନ୍ଦିର ମନା କରି ସରକାରଙ୍କୁ ଫସାଇଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସରକାରଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଦେଲେ ରଂଜନ ଦାସ । ଯେଉଁ ଅଭିଯୋଗ ଉଠୁଥିଲା, ଜଗନ୍ନାଥ ଦର୍ଶନରେ ଘୋର ଅବ୍ୟବସ୍ଥା ହେଉଛି, ଆଉ ଯେଉଁ ଅଭିଯୋଗକୁ ସରକାର ଫାଙ୍କିଚାଲିଥିଲେ, ସେ ଅଭିଯୋଗ ଯେ ସତ, ତାହା ପ୍ରମାଣିତ କରିଦେଇଛି ମୁଖ୍ୟ ପ୍ରଶାସକଙ୍କ ବୟାନ ।

ପ୍ରଶ୍ନ ଉଠୁଛି, ଯଦି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ତେବେ ଶ୍ରୀମନ୍ଦିର ପ୍ରଶାସକ ବୟସ୍କ, ରୋଗାକ୍ରାନ୍ତଙ୍କୁ ଆସିବାକୁ ମନା କଲେ କାହିଁକି? ତାଙ୍କ ବାରଣ ହିଁ ସ୍ପଷ୍ଟ କରୁଛି ଶ୍ରୀଜଗନ୍ନାଥ ଦର୍ଶନରେ ଚାଲିଛି ବଡ଼ ଅବ୍ୟବସ୍ଥା । ଏଠି ଆଉ ଗୋଟିଏ ପ୍ରଶ୍ନ ବି ଉଠୁଛି, ଶ୍ରୀମନ୍ଦିରକୁ ତ ଆଜି ନୂଆ କରି ଭକ୍ତଙ୍କ ଭିଡ଼ ହେଉନି । ସବୁବେଳେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ । କାର୍ତ୍ତିକ ମାସରେ ବେଶି ଭିଡ଼ ହୁଏ । କେବେ ବି ଭକ୍ତ କଷ୍ଟ ପାଇନାହାନ୍ତି, ଯେମିତି ଏବେ ପାଉଛନ୍ତି ।

ଏଭଳି ସମସ୍ୟା କିଏ ତିଆରି କଲା? ଲାଗୁଛି ଯେମିତି ସମସ୍ୟା ତିଆରି କରି ଏବେ ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି ଓ ନିଜର ଅପାରଗତା ଲୁଚାଇବାକୁ ଓଲଟା ଭକ୍ତଙ୍କ ଉପରେ କଟକଣା ଲଗାଉଛି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ରିଆକ୍ସନକୁ ନେଇ ଚାରିଆଡୁ ଆକ୍ସନ ଦେଖିବାକୁ ମିଳିଛି । ପୁଣି ଥରେ ଏହି ପ୍ରସଙ୍ଗରେ ଛତିଶଗଡ଼ ରାଜ୍ୟପାଳ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପ୍ରଶାସକଙ୍କ ଏଭଳି ମନ୍ତବ୍ୟ ଅସାମ୍ବିଧାନିକ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ପ୍ରଶାସକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ଏସବୁ ସମାଲୋଚନା ଭିତରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସୁଧୀର ସାମଲ ମଧ୍ୟ ପ୍ରଶାସକଙ୍କ ପରୋକ୍ଷରେ ସ୍ୱର ମିଳାଇଛନ୍ତି ।

ସେ କହିଛନ୍ତି, ଏଠି ଭକ୍ତ କିଛି ଘଣ୍ଟା ଛିଡ଼ା ହେବା ପରେ ତାଙ୍କୁ ବସିବାକୁ କହି ବିରୋଧୀ ଫଟୋ ଉଠାଉଛନ୍ତି । ଗୋଟିଏ ପଟେ ମୁଖ୍ୟ ପ୍ରଶାସକଙ୍କ ବକ୍ତବ୍ୟକୁ ନେଇ ବଢୁଛି ଅସନ୍ତୋଷ । ଅନ୍ୟପକ୍ଷରେ, ବିଜେଡି ବିଧାୟକ କଥା ଥମାଇବା ବଦଳରେ ନିଆଁରେ ଘିଅ ଢାଳିବା ଭଳି ବକ୍ତବ୍ୟ ଦେଇଛନ୍ତି । ଲାଗୁଛି, ଏହି ପ୍ରସଙ୍ଗରେ ବିଧାନସଭା ଖୁବ୍ ସରଗରମ ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି