Masthead

ଗୁଣ୍ଡିଚାଙ୍କ ପାଇଁ ପକ୍କାଘର ସ୍ୱପ୍ନ

କଣିହାଁ, (ବଡ଼ ଖବର ବ୍ୟୁରୋ): ଆଉ ରହିବନି କଚ୍ଚାଘର । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପକ୍କାଘର । ଗରିବ ଅସହାୟଙ୍କ ଲାଗି ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା । ବାସ୍ତବରେ ଏସବୁ କାର୍ଯ୍ୟକାରୀ ହେଉନାହିଁ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଛବି । ବଜ୍ରକୋଟ ଗାଁର ଗୁଣ୍ଡିଚା ଗୋଛାୟତ । ପଲିଥିନ ଟଣା ଘରେ ରହୁଥିଲେ ସୁଦ୍ଧା ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

ଗୁଣ୍ଡିଚାଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ, ପୁଅ ଓ ବୁଢ଼ୀ ମା’ । ଗୁଣ୍ଡିଚାଙ୍କ ରୋଜଗାରରେ ୫ପ୍ରାଣୀ କୁଟୁମ୍ବ ଚଳୁଛି । ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ଟଙ୍କା କେଉଁଠୁ ଆସିବ ଯେ ପକ୍କାଘର କରିବେ । ଭାଗ୍ୟକୁ ଆଦରି ନୁଆଣିଅାଁ ପଲିଥିନ୍ ଟଣା ଘରେ ରହୁଛନ୍ତି ଗୁଣ୍ଡିଚାଙ୍କ ପରିବାର । ସବୁବେଳେ ସାପର ଭୟ । ବର୍ଷା ହେଲେ ଘର ଭିତରେ ଭରିଯାଉଛି ପାଣି । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ପରିବାର । ଅବାସ ଯୋଜନାରେ ପକ୍କାଘର ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ‘ବଡ଼ ଖବର’ ଜରିଆରେ ନିବେଦନ କରିଛନ୍ତ ଗୁଣ୍ଡିଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ