Masthead

ଗୁଣ୍ଡିଚାଙ୍କ ପାଇଁ ପକ୍କାଘର ସ୍ୱପ୍ନ

କଣିହାଁ, (ବଡ଼ ଖବର ବ୍ୟୁରୋ): ଆଉ ରହିବନି କଚ୍ଚାଘର । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପକ୍କାଘର । ଗରିବ ଅସହାୟଙ୍କ ଲାଗି ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା । ବାସ୍ତବରେ ଏସବୁ କାର୍ଯ୍ୟକାରୀ ହେଉନାହିଁ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଛବି । ବଜ୍ରକୋଟ ଗାଁର ଗୁଣ୍ଡିଚା ଗୋଛାୟତ । ପଲିଥିନ ଟଣା ଘରେ ରହୁଥିଲେ ସୁଦ୍ଧା ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

ଗୁଣ୍ଡିଚାଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ, ପୁଅ ଓ ବୁଢ଼ୀ ମା’ । ଗୁଣ୍ଡିଚାଙ୍କ ରୋଜଗାରରେ ୫ପ୍ରାଣୀ କୁଟୁମ୍ବ ଚଳୁଛି । ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ଟଙ୍କା କେଉଁଠୁ ଆସିବ ଯେ ପକ୍କାଘର କରିବେ । ଭାଗ୍ୟକୁ ଆଦରି ନୁଆଣିଅାଁ ପଲିଥିନ୍ ଟଣା ଘରେ ରହୁଛନ୍ତି ଗୁଣ୍ଡିଚାଙ୍କ ପରିବାର । ସବୁବେଳେ ସାପର ଭୟ । ବର୍ଷା ହେଲେ ଘର ଭିତରେ ଭରିଯାଉଛି ପାଣି । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ପରିବାର । ଅବାସ ଯୋଜନାରେ ପକ୍କାଘର ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ‘ବଡ଼ ଖବର’ ଜରିଆରେ ନିବେଦନ କରିଛନ୍ତ ଗୁଣ୍ଡିଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼