Masthead

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି । ବୋଲିଂ ଉପରେ ଫୋକସ କରିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ମନୋବଳ ଦୃଢ । ସିରିଜ କବଜା ଲକ୍ଷ୍ୟରେ ଭାରତ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦୃଢ ରହିଛି ଭାରତୀୟ ଦଳର ମନୋବଳ । ବିଜୟ ଧାରା ବଜାୟ ରଖି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ । ପ୍ରଥମ ମ୍ୟାଚରେ ପେସ ବୋଲର ମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରିବ ଭାରତୀୟ ଦଳ ।

ସେପଟେ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ କଙ୍ଗାରୁ ବାହିନୀ । ତେବେ ଥିରୁଅନନ୍ତପୁରମ ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ଦ୍ୱିତୀୟ ଟି-୨୦ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ପ୍ରବଳ ବର୍ଷା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ମ୍ୟାଚ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢିଛି । କିନ୍ତୁ ଏଠାକାର ପାଣିପାଗ ଦର୍ଶକମାନଙ୍କୁ ନିରାଶ କରିପାରେ। ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ।

ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ଦେଖିଲେ ଦ୍ବିତୀୟ ମ୍ୟାଚ୍‌ ସେମାନଙ୍କ ପାଇଁ ପରୀକ୍ଷା ସଦୃଶ ହେବ। କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ସ୍ପିନର ରବି ବିଷ୍ଣୋଇ ଠିକ୍‌ ଲୟ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ତିନିଜଣ ବ୍ୟୟବହୁଳ ହୋଇଥିଲା ବେଳେ ମୁକେଶ କୁମାର ଓ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ପ୍ରତିପକ୍ଷଙ୍କୁ ନିୟନ୍ତ୍ରଣରେ ରଖିପାରି‌ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା