ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି । ବୋଲିଂ ଉପରେ ଫୋକସ କରିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ମନୋବଳ ଦୃଢ । ସିରିଜ କବଜା ଲକ୍ଷ୍ୟରେ ଭାରତ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦୃଢ ରହିଛି ଭାରତୀୟ ଦଳର ମନୋବଳ । ବିଜୟ ଧାରା ବଜାୟ ରଖି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ । ପ୍ରଥମ ମ୍ୟାଚରେ ପେସ ବୋଲର ମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରିବ ଭାରତୀୟ ଦଳ ।

ସେପଟେ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ କଙ୍ଗାରୁ ବାହିନୀ । ତେବେ ଥିରୁଅନନ୍ତପୁରମ ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ଦ୍ୱିତୀୟ ଟି-୨୦ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ପ୍ରବଳ ବର୍ଷା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ମ୍ୟାଚ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢିଛି । କିନ୍ତୁ ଏଠାକାର ପାଣିପାଗ ଦର୍ଶକମାନଙ୍କୁ ନିରାଶ କରିପାରେ। ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ।

ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ଦେଖିଲେ ଦ୍ବିତୀୟ ମ୍ୟାଚ୍‌ ସେମାନଙ୍କ ପାଇଁ ପରୀକ୍ଷା ସଦୃଶ ହେବ। କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ସ୍ପିନର ରବି ବିଷ୍ଣୋଇ ଠିକ୍‌ ଲୟ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ତିନିଜଣ ବ୍ୟୟବହୁଳ ହୋଇଥିଲା ବେଳେ ମୁକେଶ କୁମାର ଓ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ପ୍ରତିପକ୍ଷଙ୍କୁ ନିୟନ୍ତ୍ରଣରେ ରଖିପାରି‌ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ